ଆହାର କେନ୍ଦ୍ର ପରିଦର୍ଶନ କଲେ ଏନଏସି ଅଧ୍ୟକ୍ଷ ।

0 333

ଭଞ୍ଜନଗର, ୨୮/୧୧(ପିପିଟି) : ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ରରେ ଆଜି ଅଚାନକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ।ସ୍ୱଚ୍ଛତା ଆଧାରରେ ଆହାର କେନ୍ଦ୍ରର ଚତୁର୍ପାଶ୍ୱ ପରିବେଶ, ଖାଦ୍ୟ ପ୍ରସ୍ତୁତ ଗୃହ ଆଦି ବୁଲି ଦେଖିଥିଲେ।ଏହାପରେ ଖାଦ୍ୟର ମାନ, ଖାଦ୍ୟ ଯୋଗାଣ, ଲୋକଙ୍କ ପ୍ରତିକ୍ରିୟା ସମ୍ପର୍କରେ ପଚାରି ବୁଝିଥିଲେ।ରାଜ୍ୟ ସରକାରଙ୍କ ଏହି ଜନହିତକାରୀ ଯୋଜନାରେ କିଭଳି ଗରିବ ଓ ଅସହାୟ ଲୋକେ ଦୁଇ ବେଳା ଉପଯୁକ୍ତ ଖାଦ୍ୟ ପାଇ ଉପକୃତ ହୋଇପାରିବେ ସେଥି ପ୍ରତି ଧ୍ୟାନ ଦେବାକୁ ଶ୍ରୀ ମହାପାତ୍ର କହିଥିଲେ।କେନ୍ଦ୍ରର ପରିଚାଳିକା ଦୁସ୍ପିନା ପଟ୍ଟନାୟକ ଓ କାର୍ଯ୍ୟରତ ମହିଳା ଗୋଷ୍ଠୀ ସହାୟକ ସଂଘର ସଦସ୍ୟାଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.