ଆସୁଛି ପାର୍ବଣ ଋତୁ, କାଶତଣ୍ଡୀ ଫୁଲରେ ସଜେଇ ହେଲାଣି ଧରଣୀ ରାଣୀ।

0 287

ବୋଲଗଡ଼,୨୮/୦୮ (ପିପିଟି): ଆସୁଛି ପାର୍ବଣ ଋତୁ ଯାହାକି ସଜେଇ ହେଲାଣି ପ୍ରକୃତି ରାଣୀ। ଶସ୍ୟ ଶ୍ୟାମଳା ଧରଣୀ ଉପରେ ଧୋବ ଫର ଫର କାଶତଣ୍ଡୀ ଫୁଲ ସୁଲସୁଲିଆ ପବନ ସାଙ୍ଗକୁ ଝିପି ଝିପି ବର୍ଷାରେ ସତେ ଯେମିତି ଦୋଳି ଖେଳି ସ୍ୱାଗତ କରୁଛି ପାର୍ବଣ ଋତୁକୁ। ଗାଁ ମୁଣ୍ଡ ବିଲହିଡ ଠାରୁ ନଇ ପଠାଯାଏ ଯୁଆଡେ ଦେଖିବ ସବୁଆଡେ ଦେଖିବାକୁ ମିଳିଥାଏ କାଶତଣ୍ଡୀଫୁଲ।ଯାହାକି ମା’ଙ୍କ ଆଗମନ ଆଣିଦେଇଥାଏ ପୂର୍ବ ଭାଷାର ସଙ୍କେତ। ସତେଯେମତି କାଶତଣ୍ଡୀ ଫୁଲର ସଜେଇ ହୋଇଛି ଧରଣୀରାଣୀ। ଏହାକୁ ଦେଖି କବି ଓ ଭାବୁକ ମାନେ ଭାବମୟ ହୋଇ ଉଠନ୍ତି। ମା’ଙ୍କ ଆଗମନରେ ସବୁଜ ଧାନ କ୍ଷେତରେ କାଶତଣ୍ଡୀ ନିଜକୁ ଧଳାବର୍ଣ ଫୁଲର ପଣତ ତିଆରି କରି ଚାହିଁ ବସିଥାଏ।ନୀଳ ଆକାଶ ତଳେ ରାସ୍ତା କଡଠାରୁ ବିଲହୁଡା ଓ ନଇପଠା ପର୍ଯ୍ୟନ୍ତ ପସରା ମେଲିଛି କାଶତଣ୍ଡୀଫୁଲ ର ଆସର। ସୁଲୁସୁଲିଆ ପବନରେ ଦୋଳିଖେଳୁଥିବା କାସତଣ୍ଡୀକୁ ଦେଖି ବାଟରେ ଯାଉଥିବା ସାଧାରଣ ଲୋକମାନଙ୍କ ଠାରୁ ଗଣମାଧ୍ୟମ ମାନଙ୍କ ପର୍ଯ୍ୟନ୍ତ କିଛି ସମୟ ଅଟକିଯାଇ କ୍ୟାମେରା ରେ ଏହାର ସୁନ୍ଦରତାକୁ କଏଦ କରିବାକୁ ଚେଷ୍ଟାକରିଥାଏ।କିଛି ସମୟ ପାଇଁ ନିଶ୍ଚିତ ନିର୍ବାକ କରିଦେବ ଦେବ ଏହି କାଶତଣ୍ଡୀ ଫୁଲର ଏହିଦୃଶ୍ୟ। ସତେ ଯେପରି କାଶତଣ୍ଡୀଫୁଲ ଚାମରରେ ମା’ଙ୍କର ହେବ ଆବାହନୀ। ସୁଲ ସୁଲ ପବନରେ ଦୋଳି ଖେଳି ଗାଉଛି ମା’ଙ୍କର ଆବାହନୀ ସଙ୍ଗୀତ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.