ଆସିକା ସାଂସଦଙ୍କ ବେଗୁନିଆପଡା ବ୍ଲକର ପଞ୍ଚାୟତ ଗସ୍ତ ।

0 250

କୋଦଳା,୦୯/୦୭(ପିପିଟି):ଆସିକା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ନରେ ବେଗୁନିଆପଡା ଅଞ୍ଚଳର ବିଭିନ୍ନ ଗ୍ରାମକୁ ଗସ୍ତ କରିଛନ୍ତି । ଅଙ୍ଗାରଗାଁ ଠାରୁ ବେଗୁନିଆପଡା ପର୍ଯ୍ୟନ୍ତ ଗସ୍ତ କରିଥିଲେ । ରାସ୍ତାରେ ଯିବା ବେଳେ ଅନେକ ସ୍ଥାନରେ ଶ୍ରଦ୍ଧାଳୁ କର୍ମୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ନୁଆଁଗଡ଼ ସ୍ଥିତ ବୀର ହନୁମାନଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମହିଳା ମାନଙ୍କ ସହ କିଛି ଆଲୋଚନା କରିଥିଲେ । ସେହିପରି ବୁରୁଝରୀ ନୁଆଁଗାଁର ମହିଳା ଗୋଷ୍ଠୀ ସହ ମଧ୍ୟ ଆଲୋଚନା କରିଥିଲେ । ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ହାଇସ୍କୁଲ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବେଗୁନିଆପଡା ସ୍ଥିତ କାଣ୍ଟା ବାଳିକା ବିଦ୍ୟାଳୟକୁ ମଧ୍ୟ ଗସ୍ତ କରିଥିଲେ । ଏହି ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ପାଠ ପଢା ବିଷୟରେ ଆଲୋଚନା କରିବା ସହ ମାଟ୍ରିକ ସାର୍ଟିଫିକେଟ ବଣ୍ଟନ କରିଥିଲେ । ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ବିଦ୍ୟାଳୟର ସମସ୍ୟା ଓ ତାହାର ସମାଧାନ ବିଷୟରେ ଆଲୋଚନା କରିଥିଲେ । ତାଙ୍କ ସହ ଅଙ୍ଗାରଗାଁ ମଣ୍ଡଳ ସଭାପତି ନାରାୟଣ ସୁମନ୍ତରାୟ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଆଲୋକ ଶତପଥୀ,କବିସୂର୍ଯ୍ୟନଗର ମଣ୍ଡଳ ସଭାପତି ଶ୍ରୀକାନ୍ତ ମହାପାତ୍ର,ଗୁଣ୍ଡିଚା ପରିଡା, ଭବାନୀ ପ୍ରସାଦ ମିଶ୍ର,ମୁନା ପଣ୍ଡାଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.