ବ୍ରହ୍ମପୁର,୧୨/୦୨(ପିପିଟି): ଆସିକା ପୋଲିସ ଗତକାଲି ଅର୍ଥାତ ତା ୧୧-୦୨-୨୦୨୨ରିଖ ସନ୍ଧ୍ୟା ୫:୩୦ ସମୟରେ ଖଣ୍ଡବନ୍ଧ ଠାରେ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ ଭୁକ୍ତ ଏକ ମୋଟର ସାଇକେଲ କୁ ଅଟକ କରି ଯାଞ୍ଚ ବେଳେ ସେଥିରେ ବୋଝେଇ ହୋଇଥିବା ୨୩.୫୮୦କି.ଗ୍ରା. ଗଞ୍ଜେଇ ଯାହା କନ୍ଧମାଳ ଠାରୁ ବ୍ରହ୍ମପୁର ଚାଲାଣ ହେଉଥିବା ଜାଣିପାରିଥିଲେ । ଆସିକା ପୋଲିସ୍ ଏହାକୁ ଭିତ୍ତି କରି ଅଭିଯୁକ୍ତ ତଥା ଗଞ୍ଜେଇ ଚାଲାଣ କାରୀ ରବୀନ୍ଦ୍ର କୁମାର ସାହୁ ପିତା-ସୋମନାଥ ସାହୁ (୨୮)ଗ୍ରାମ-ମାମୁଁଢ଼ିହ ଥାନା ଆସିକା କୁ ଗିରଫ କରିବା ସହ ଆସିକା ଥାନା କେସ୍ ନଂ – ୮୧/୧୨-୦୨-୨୦୨୨ ,ଧାରା ୨୦(ବି)(ii)ସି ଏନ.ଡ଼ି.ପି.ଏସ୍ ଅନୁସାରେ ମକଦମା ରୁଜୁ କରିବାସହ ସ୍ୱତନ୍ତ୍ର କୋର୍ଟ ଏ.ଡ଼ି.ଜେ.ଆସିକାଙ୍କ ପାଖରେ ହଜାର କରାଜାଇଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଠାରୁ ପ୍ରକାଶ। ଅଭିଯୁକ୍ତ ରବୀନ୍ଦ୍ର କୁମାର ସାହୁଙ୍କ ଠାରୁ ଚୋରା ଗଞ୍ଜେଇ ସହ ନଗଦ ଏକ ହଜାର ଟଙ୍କା, ନମ୍ବର ବିହୀନ ଏକ ପେସନ ପ୍ରୋ ମୋଟର ସାଇକେଲ ଏବଂ ବସ୍ତା ବାନ୍ଧିବାପାଇଁ ହୁକ୍ ଯୁକ୍ତ ରବର ଦୌଡ଼ି ସିଜ୍ କରାଯାଇଥିବା ଆସିକା ଥାନା ସୂତ୍ରରୁ ପ୍ରକାଶ।