ଆସନ୍ତା ୮ ତାରିଖରୁ ଓଡ଼ିଶା ଡ୍ରାଇଭରଙ୍କ ସମୂହ ଷ୍ଟିଅରିଂ ଛାଡ ।

0 201

ସୁବର୍ଣ୍ଣପୁର ,୦୨/୦୭(ପିପିଟି):ଡ୍ରାଇଭର ମହାସଂଘ ର ନିଷ୍ପତ୍ତି କ୍ରମେ ସରକାର ଙ୍କୁ ଦେଇଥିବା ୮ ଗୋଟି ଦାବି ମଧ୍ୟ ରୁ ମାତ୍ର ଗୋଟିଏ ଦାବି ସରକାର ପୂରଣ କରି ଚୁପ୍ ବସିଥିବାରୁ ଆସନ୍ତା ୮/୭/୨୫ ତାରିଖ ରୁ ଷ୍ଟିଅରିଂଷ୍ଟିଅରିଂ ଛାଡ ଆନ୍ଦୋଳନ ନିଷ୍ପତ୍ତି ନେଇଥିବା ସୁବର୍ଣ୍ଣପୁର ଡ୍ରାଇଭର ମହାସଂଘ୍ କର୍ମକର୍ତ୍ତା ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି। ଗତ ମାର୍ଚ୍ଚ ମାସ ରେ ୬ ଦିନ ବ୍ୟାପୀ ଲୋୟର ପିଏମଜି ରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ମଧ୍ୟ ସରକାର ଅଣଦେଖା କରିଥିବାରୁ ବାଧ୍ୟ ହୋଇ ସମୂହ ଆନ୍ଦୋଳନ କରିବାକୁ ସ୍ଥିର କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ। ଉକ୍ତ ଆନ୍ଦୋଳନ ପାଇଁ ଏକ ଅନୁରୋଧ ପତ୍ର ସୁବର୍ଣ୍ଣପୁର ଜିଲ୍ଲା ଟ୍ରକ୍ ସଂଘ, ଘରୋଇ ବସ୍ ମାଲିକ ସଂଘ,ଅଟୋ ସଂଘ, ଟ୍ୟାକ୍ସି ସଂଘ, ବଣିକ ସଙ୍ଘ୍ ସହ ଅନ୍ୟ କେତେକ ସଂଘ ଙ୍କୁ ଦେଇଥିବା ବିଶ୍ଵସ୍ତ ସୂତ୍ର ରୁ ସୂଚନା ମିଳିଛି।୬୦ ବର୍ଷ ବୟସ ପରେ ଭତ୍ତା ପ୍ରଦାନ, ପାର୍କିଂ ସୁବିଧା, ସେପ୍ଟେମ୍ବର ୧ କୁ ଜାତୀୟ ଡ୍ରାଇଭର ଦିବସ ପାଳନ,ଗାଡ଼ି ର କାଗଜ ପତ୍ର ଯାଞ୍ଚ ଦାୟିତ୍ଵ ପରିବହନ ଅଧିକାରୀ ଙ୍କୁ ପ୍ରଦାନ, ଓଡ଼ିଶା ଖଣି ଖଦାନ ରେ ଓଡ଼ିଆ ଡ୍ରାଇଭର ନିଯୁକ୍ତି,ଅଟୋ ଚାଳକ ଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱେଫେୟାର ବୋର୍ଡ ରେ ସାମିଲ ପ୍ରମୁଖ ୭ ଦାବି ଶୀଘ୍ର ସରକାର ମାନି ନେବାପାଇଁ ଚେତାବନୀ ଦେଇଛନ୍ତି ଓଡ଼ିଶା ଡ୍ରାଇଭର ସଂଘ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.