ଆସନ୍ତା ୭ରେ ଗୃହରକ୍ଷୀ ପରୀକ୍ଷା; ପରୀକ୍ଷାର୍ଥୀଙ୍କ ମଧ୍ୟରେ ବହୁ ଉଚ୍ଚ ଶିକ୍ଷିତ ।

0 439

ଭଞ୍ଜନଗର, ୦୨/୦୯(ପିପିଟି):ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।ତେଣୁ ଆଜି ମଧ୍ୟ ବହୁ ଶିକ୍ଷିତ ଯୁବକ ଯୁବତୀ ଚାକିରୀ ଖଣ୍ଡିଏ ପାଇବା ପାଇଁ ସଂଘର୍ଷ କରୁଛନ୍ତି।ସେଥି ମଧ୍ୟରେ ସରକାରୀ ଚାକିରୀର ଚାହିଦା ଅଧିକ। ତେଣୁ ଉଚ୍ଚ ଶିକ୍ଷିତ ମାନେ ମଧ୍ୟ ନିଜ ଯୋଗ୍ୟତା ଠାରୁ ଛୋଟ ଚାକିରୀକୁ ମଧ୍ୟ ହାତ ଛଡ଼ା କରିବାକୁ ଚାହାଁନ୍ତି ନାହିଁ।ଏହି ପରିପ୍ରେକ୍ଷୀରେ ଆସନ୍ତା ୭ତାରିଖରେ ହେବାକୁ ଯାଉଛି ଗୃହ ରକ୍ଷୀ ପରୀକ୍ଷା।ତେଣୁ ଭଞ୍ଜନଗର ପୋଲିସ ପକ୍ଷରୁ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।ଏଥି ନିମନ୍ତେ ମୋଟ ୩୮୩ଜଣ ପୁରୁଷ ଓ ମହିଳା ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ସେଥି ମଧ୍ୟରୁ ବୟସ କମ ଓ ଅନ୍ୟାନ୍ୟ କାରଣରୁ ୩୩ଜଣଙ୍କର ଆବେଦନପତ୍ର ନାକଚ ହୋଇଯାଇଛି।ସରକାରୀ ଗାଇଡ଼ ଲାଇନ୍ ଅନୁସାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି।ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟାରେ ଶେଷ ହେବ।ସକାଳ ୯ଟା ଠାରୁ ପରୀକ୍ଷାର୍ଥୀ ମାନେ କେନ୍ଦ୍ରରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରୀକ୍ଷାରେ ଆବଶ୍ୟକତା ଠାରୁ ବହୁ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଅଂଶ ଗ୍ରହଣ କରୁଥିବା ଜଣାପଡିଛି।ଏହି ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.