ଆସନ୍ତା ୨୫ରୁ ବନ୍ଦ ହେବ ଭଞ୍ଜନଗର ୱାଟର୍ ପାର୍କ ।

0 351

ଭଞ୍ଜନଗର, ୨୩/୦୭(ପିପିଟି) : ଭଞ୍ଜନଗର ପ୍ରସିଦ୍ଧ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ରେ ଥିବା ୱାଟର ପାର୍କ ଆସନ୍ତା ୨୫ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଳ ସେଚନ ବିଭାଗ କର୍ତ୍ତୃପକ୍ଷ ଜଣାଇଛନ୍ତି।ବର୍ତ୍ତମାନ ସମୟରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ କ୍ଷତି ସହି ୱାଟର ପାର୍କ ଚଲେଇବା ସମ୍ଭପର ନୁହେଁ।ତେଣୁ ଆସନ୍ତା କାଲି କେବଳ ଗୋଟିଏ ଦିନ ହିଁ ୱାଟର ପାର୍କ ଖୋଲା ରହିବ।ଗତ ୨୦୨୪ ଜାନୁଆରୀ ୨୬ ତାରିଖରେ ଏହି ୱାଟର୍ ପାର୍କ ଆରମ୍ଭ ହୋଇଥିଲା। ସମଗ୍ର ଦକ୍ଷିଣ ଓଡ଼ିଶାରେ ଏହା ଏକମାତ୍ର ୱାଟର ପାର୍କ ହୋଇଥିବାରୁ ଏଠାରେ ଗ୍ରୀଷ୍ମଋତୁରେ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା।ଅନେକ ସମୟରେ ଅତ୍ୟଧିକ ଭିଡ଼ ଯୋଗୁଁ ଶାନ୍ତି ଶୃଙ୍ଖଳା କାରଣରୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡୁଥିଲା।ହେଲେ ଗତବର୍ଷ ଠାରୁ ଯାନ୍ତ୍ରିକ ତ୍ରୁଟି ସକାଶେ ଏହି ପାର୍କ ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରଚେଷ୍ଟାରେ ଗତ ମେ ୪ତାରିଖରେ ଏହା ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିଲା।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.