ଆସନ୍ତା କାଲିଠାରୁ ଇଗ୍ନୋର ପରୀକ୍ଷା ଆରମ୍ଭ ।

0 121

ମାଲକାନଗିରି,୧୧/୦୬(ପିପିଟି) :ଆସନ୍ତା କାଲି ଠାରୁ ଇଗ୍ନୋ ପରୀକ୍ଷା ଆରମ୍ଭ ହେବାକୁ ଯାଉଅଛି । ଏଥି ପାଇଁ ମାଲକାନଗିରି ମହାବିଦ୍ୟାଳୟ ଷ୍ଟଡି ସେଣ୍ଟର୍ ରେ ଆଗାମୀ କାଲି ପରୀକ୍ଷାର୍ଥୀମାନେ ଏହି ଠାରେ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଯାଇଛି। ୨୦୧୯/୨୦ ରୁ ଏହି ମହାବିଦ୍ୟାଳୟରେ ଷ୍ଟଡି ସେଣ୍ଟର୍ ଥିଲେ ମଧ୍ୟ ପରୀକ୍ଷାର୍ଥୀମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା ଦେଉଥିଲେ ବୋଲି ମାଲକାନଗିରି ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ତଥା ଇଗ୍ନୋର କେନ୍ଦ୍ର ତତ୍ବବଧାରକ ଉମେଶ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଇଗ୍ନୋ ସହିତ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏମ୍ ଓୟୁ ସ୍ବାକ୍ଷର କରିଛି।ଫଳରେ ଇଗ୍ନୋର ଛାତ୍ରଛାତ୍ରୀମାନେ ଇଂରାଜୀ, ହୀନ୍ଦି ଭାଷା ବ୍ୟତୀତ ଓଡ଼ିଆ ଭାଷାରେ ମଧ୍ୟ ପିଜି ପରୀକ୍ଷା ଦେଇ ପାରିବେ। କିନ୍ତୁ ଓଡ଼ିଆ ଭାଷାରେ ଅନ୍ୟାନ୍ୟ ବିଷୟରେ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ ମଧ୍ୟ ଓଡ଼ିଆ ବିଷୟ ଥାଇ ଯେଉଁମାନେ ପିଜି ପରୀକ୍ଷା ଦେବାର ଅଭିଳାଷ ରଖିଥିଲେ ତାହା ମଉଳି ଯାଇଛି। ଏଣୁ ଏଥି ପ୍ରତି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଧ୍ୟାନ ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କ ମହଲରେ ଦୃଢ଼ ଦାବି ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.