ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲା ସ୍ତରୀୟ ସମ୍ମିଳନୀ ।

0 277

ମାଲକାନଗିରି ,୦୭/୦୩(ପିପିଟି) : ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ଠାରେ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀରେ ମୁଖ୍ୟ ଅଥିତି ରୂପେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ଯୋଗଦେଇଥିଲା ବେଳେ ସମ୍ମାନୀୟ ଅଥିତି ଭାବେ ପୌରପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ କବିତା ମହନ୍ତ,ମୁଖ୍ୟ ବ୍ୟକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ପ୍ରଫୁଲ୍ଲ କୁମର ନନ୍ଦ, ଡ ବ୍ରଜବନ୍ଧୁ ଦାଶ, ଜିଲ୍ଲା ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ ବିଭାଗ), ଶ୍ରୀମତୀ. ସସ୍ମିତା ସାହୁ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଯୋଗଦେଇ ଥିଲେ।
ଜିଲ୍ଲାର ସାତୋଟି ବ୍ଲକ ର ପ୍ରାୟ ୩୦୦ ଆଶା କର୍ମୀ, ଅଙ୍ଗନବାଡି କର୍ମୀ,ଏଏନଏମ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ବ୍ଲକ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଆଶା କର୍ମୀଙ୍କ ଉତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ହେତୁ ଜିଲ୍ଲାର ସାତୋଟି ବ୍ଲକର ପାଞ୍ଚ ଜଣ ଲେଖାଏଁ ଆଶା କର୍ମୀଙ୍କୁ ଟ୍ରଫି , ମାନପତ୍ର ଏବଂ ଅର୍ଥ ରାଶି ସହ ସମ୍ମାନୀତ କରାଯାଇଥିଲା । ଏହା ସହ ପ୍ରତ୍ୟେକ ବ୍ଲକର ଗୋଟିଏ ଲେଖାଏଁ ଗାଁ କଲ୍ୟାଣ ସମିତିକୁ ୧୦ ହଜାର ଅର୍ଥରାଶି ଏବଂ ତିନଟି ମହିଳା ଆରୋଗ୍ୟ ସମିତିକୁ ୩ ହଜାର ଲେଖାଏଁ ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା ।
ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା, ଆଶା କର୍ମୀ, ଏଏନଏମ ଟ୍ରେନିଂ ସ୍କୁଲ ଛାତ୍ରୀମାନଙ୍କୁ ଏବଂ କୁନି କୁନି ଶିଶୁ କଳାକାରଙ୍କୁ ଟ୍ରଫି ଏବଂ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଜିତ କୁମାର ଦଳାଇ, ଦୁର୍ଗା ପ୍ରସାଦ ରାଜ, ଓମ୍ ପ୍ରକାଶ ସା, ଡ଼.ପ୍ରାଣବିକା ସିଂ, ଦୁର୍ଗା ପ୍ରସାଦ ପ୍ରହରାଜ,ହରିବନ୍ଧୁ ଦେଶୀ ନାୟକ,ଶ୍ୟାମ ସୁନ୍ଦର ମାଝୀ ,ଅଙ୍କିତ ଜୈନ,ସଚିନଦେବ ଗୌଡ଼ ପ୍ରମୁଖ ସଫଳ ରୂପାୟନ କରିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.