ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ।

0 226

ବ୍ରହ୍ମପୁର,୦୫/୧୧(ପିପିଟି): ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ବରିଷ୍ଠ ନାଗରିକ ଓ ପେନସନଭୋଗୀଙ୍କ ପାଇଁ ଏକ ସ୍ବତନ୍ତ୍ର ଆର୍ଥିକ ସାକ୍ଷରତା ଶିବିର ତା ୦୪ ନଭେମ୍ବର ୨୦୨୫ ରିଖ ରେ ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ରେ ଅକ୍ଟୋବର ୩୧ ରୁ ନଭେମ୍ବର ୧୪ ପର୍ୟନ୍ତ ସଞ୍ଚୟ ପକ୍ଷ ପାଳନ କରାଯାଉଛି । ଶିବିର ପ୍ରାରମ୍ଭରେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସ୍ୱାଭିମାନ ସାହୁ ସ୍ବାଗତ ଭାଷଣ ପ୍ରଦାନ କରି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଓ ଡାକଘର ମାସିକ ଆୟ ଯୋଜନା ବିଷୟରେ ସୂଚନା ଦେଇଥିଲେ ।ରେଭିନ୍ୟୁ. ଆଇ.ବି, ବ୍ରହ୍ମପୁର ସମ୍ମିଳନୀ କକ୍ଷରେ ଆୟୋଜିତ ସାକ୍ଷରତା ଶିବିରରେ ବ୍ରହ୍ମପୁର ଡିଭିଜନର ସାଇବର କ୍ରାଇମର ଅଧିକାରୀ କୈଳାଶ ଚନ୍ଦ୍ର ମହାରଣା, ଅଜିତ୍ ଗୌଡ଼ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା,ସୁରକ୍ଷିତ ସଞ୍ଚୟ, ସାଇବର ଠକାମୀ ଠାରୁ କେମିତି ସତର୍କ ରହିବା ସେହି ବିଷୟରେ ଜନସାଧାରଣ ମାନଙ୍କୁ ସଚେତନତା କରାଇଥିଲେ ,ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ବୀମା ସମ୍ବନ୍ଧରେ ଆଲୋଚନା କରଯାଇଥିଲା । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସ୍ୱାଭିମାନ ସାହୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.