ଆର୍ଥିକ ଅନଗ୍ରସର୍ କନ୍ୟା ବିବାହ ସହ ଚଳିତ ବର୍ଷ ମହାନ୍ ସଙ୍ଘ ପକ୍ଷରୁ ବହୁ ଜନ ହିତକର କାର୍ଯ୍ୟ କରାଯିବ: ସଭାପତି ମହାନ୍ ସଙ୍ଘ ।

0 340

ବ୍ରହ୍ମପୁର,୧୩/୦୫(ପିପିଟି):ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାନ୍ ସଙ୍ଘ (ଜାତୀୟ ସେବା, ସାଂସ୍କୃତିକ ଓ କ୍ରୀଡ଼ା ଅନୁଷ୍ଠାନ) ଦୀର୍ଘ ୩୮ ବର୍ଷ ଧରି ପଲ୍ଲି ରୁ ଦିଲ୍ଲୀ ପର୍ଯ୍ୟନ୍ତ ବହୁ ଜନହିତକର ସେବା, କ୍ରୀଡ଼ା, ସାଂସ୍କୃତିକ,ଶିଶୁ ମହିଳା କଲ୍ୟାଣ, ଜନ ଜାଗରଣ,ଜରା ନିବାସ,ଶିକ୍ଷା, ସ୍ବାସ୍ଥ୍ୟ, ପୂଜ୍ୟ ପୂଜା, ପ୍ରତିଭା ସମ୍ମାନ ପରି ବହୁ କାର୍ଯ୍ୟ କରି ସାରା ଦେଶରେ ନିଜର ସ୍ଵତନ୍ତ୍ର ପରିଚିତ ସୃଷ୍ଟି କରିପାରିଛନ୍ତି।ଚଳିତ ବର୍ଷ ୧୦ ଜଣ ଆର୍ଥିକ ଅନଗ୍ରସର୍ ଝିଅ ମାନଙ୍କ ସାମୁହିକ ବିବାହ, ଛାତ୍ରାବାସ ପ୍ରତିଷ୍ଠା ଓ ଗରିବ ଛାତ୍ର ଙ୍କୁ ଶିକ୍ଷା ଦାନରେ ସହୋଯୋଗ ଓ ସ୍ୱାସ୍ଥ୍ୟ ଦିଗରେ ସହୋଜୋଗ ସହ ରାମଚନ୍ଦ୍ରପୁର ଓ ଲାଞ୍ଜିପଲ୍ ସ୍ଥିତ ଜରା ନିବାସରେ ଶଯ୍ୟା ବୃଦ୍ଧି ସହ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା ହୋଇଛି। ଆଜି ଟାଉନ ହଲ ରୋଡ ସ୍ଥିତ ଗାୟତ୍ରୀ ହୋଟେଲ ସମ୍ମିଳନୀ କକ୍ଷରେ ପ୍ରତିଷ୍ଠାତା ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଥିଲା। ବୈଠକରେ ପ୍ରକାଶ ଭଜନି, ହରିକୃଷ୍ନ ମିଶ୍ର, ମନୋଜ ସାହୁ, ସିମାଞ୍ଚଲ୍ ପାଣିଗ୍ରାହୀ,ସଞ୍ଜୟ ମାଝୀ,ସୂଚନା ପାଢ଼ୀ,ସୀମା ଚୌଧରି,କିରଣ ବଲା ମିଶ୍ର,ରତ୍ନ।ମଣି କଟନ,ମିନା ଦାଶ, ଜିତେନ୍ଦ୍ର ସାହୁ, ଡ ସରୋଜ ଦାଶ, ଜୋତିରଞ୍ଜନ ଦାଶ, ଵିନୋଦ ବିହାରି ପଣ୍ଡା, ପି ରାମାରାଓ ସୁବୁଦ୍ଧି, ଇ ପ୍ରଫୁଲ୍ଲ ପାତ୍ର, ଭି ରବି କୁମାର ଗୁପ୍ତା,ଧିରେନ୍ କୁମାର ନନ୍ଦ, ବୃନ୍ଦାବନ ବେହେରା ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ଭାଜନି ସଂଯୋଜନା କରିଥିବା ବେଳେ ଶେଷରେ ଉପସଭାପତି ଶ୍ରୀ ଗୁପ୍ତା ଧନ୍ୟବାଦ ପ୍ରଦାନ କରିଥିଲେ

Leave A Reply

Your email address will not be published.