ଅଭିନୟରେ ଦର୍ଶକଙ୍କ ମନ ଜିଣିଲେ ରାଣୀ ପଣ୍ଡା ।

0 380

ଭଞ୍ଜନଗର,୧୪/୦୫(ପିପିଟି): ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାରେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ଭିଡ଼ ହେବାରେ ଲାଗିଛି।ତେଣୁ ସାରା ସହର ଉତ୍ସବ ମୁଖର ହୋଇ ଉଠିଛି । ଲୋକମାନେ ଆସି ମା’ ବ୍ୟାଘ୍ରଦେବୀ ଓ ମା’ ଠାକୁରାଣୀଙ୍କୁ ଦର୍ଶନ କରିବା ସହ ସ୍ୱାଦିଷ୍ଟ ଖାଦ୍ୟ, ଜିନିଷ ପତ୍ର କିଣିବା,ବିଭିନ୍ନ ଖେଳ, ମିନା ବଜାର,ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅପେରାର ମଜା ଉଠାଉଛନ୍ତି।ଭଞ୍ଜନଗର ବାଇପାସ ରୋଡ଼ ଠାରେ ଚାଲିଥିବା ଅପେରା ସ୍ବର୍ଣ୍ଣ ମନ୍ଦିରରେ ଶନିବାର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥିରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କର ନିଜ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ନାଟକରେ ଅଭିନୟ କରି ଉପସ୍ଥିତ ଦର୍ଶକଙ୍କର ବେଶ ମନୋରଞ୍ଜନ କରିବାରେ ସଫଳ ହୋଇଥିଲେ। ହଜାର ହଜାର ଯାତ୍ରାପ୍ରେମୀ ଏହାକୁ ଉପଭୋଗ କରିଥିଲେ ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.