ଆରୋପ ଦୈନିକ ଖବର କାଗଜ ସୁବର୍ଣ୍ଣପୁର ଶାଖା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

0 81

ସୁବର୍ଣ୍ଣପୁର ,୦୨/୦୮(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ପଟାଭାଡି ସ୍ଥିତ ବାବା ଲୋକନାଥ ମନ୍ଦିର ରେ ଆଜି ଦିବା ୧୨ ଟା ସମୟରେ “ଆରୋପ” ଦୈନିକ ଖବର କାଗଜ ସୁବର୍ଣ୍ଣପୁର ଶାଖା ତରଫରୁ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ଜୀବନ ରେ ଗଛ ର ମହତ୍ତ୍ଵ କଣ ତାହା ଆମେ ସମସ୍ତେ ହୃଦୟଙ୍ଗମ କରି ସାରିଛୁ, କାରଣ ଗଛ ବଞ୍ଚିଲେ ପୃଥିବୀ ବଞ୍ଚିବ । ପ୍ରାଣୀ ସମାଜ ର ନିର୍ବାହ ପାଇଁ ଅତ୍ୟାବଶ୍ୟକ ଅମ୍ଳଜାନ ଯୋଗାଇବାରେ ବୃକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତେଣୁ ପରିବେଶ ସୁରକ୍ଷା ଆମ ସମସ୍ତ ଙ୍କ ଦାୟିତ୍ବ କର୍ତ୍ତବ୍ୟ ବୋଲି ଲୋକ ଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଆରୋପ ଖବର କାଗଜ ସୁବର୍ଣ୍ଣପୁର ଶାଖା ତରଫରୁ ୧୦୦ ଟି ବୃକ୍ଷରୋପଣ କରାଯାଇଛି । ବିଭିନ୍ନ ଖବର କାଗଜ ଏବଂ ବୈଦ୍ୟୁତିକ ଗଣ ମାଧ୍ୟମର ର ପ୍ରତିନିଧି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।ଏହି ପରିପ୍ରେକ୍ଷୀରେ ସମସ୍ତେ ଗୋଟେ ଗୋଟେ ଗଛ ରୋପଣ କରିଥିବା ଦେଖିବାକୁ ମିଳିଥିଲ।”ଆରୋପ” ଖବର କାଗଜ ର ଜ଼ିଲ୍ଲା ପ୍ରତିନିଧି ସରୋଜ ପ୍ରକାଶ ପ୍ରଧାନ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିବା ବେଳେ ବିନିକା ବ୍ଲକ୍ ପ୍ରତିନିଧି ଅଶ୍ଵିନୀ ନେପାକ ମଧ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.