ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା;ବେଗୁନିଆପଡ଼ା ବ୍ଳକରେ ୯ଟି ସେଣ୍ଟରରେ ପରୀକ୍ଷା ଦେଲେ ୨୧୧୬ ଛାତ୍ରଛାତ୍ରୀ ।

0 198

କୋଦଳା,୧୯/୦୨(ପିପିଟି):ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା (ମାଟ୍ରିକ) ଆଜି ଠାରୁ ଆରମ୍ଭ ହୋଇଛି। ବାର୍ଷିକ ପରୀକ୍ଷା-୨୦୨୬ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ସକାଳ ୯ ଟାରୁ ଆରମ୍ଭ ହୋଇ ସାଢେ ୧୧ ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ୯ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୧୩୧ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଥିବା ବେଳେ ୨୧୧୬ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି ଏବଂ ୧୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡ଼ିଛି। କୋଦଳା ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୨୦୩ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ କୋଦଳା ପିଏମ୍ ଶ୍ରୀ ସ୍ବର୍ଣ୍ଣମୟୀ ହାଇସ୍କୁଲରେ ୩୨୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ମର୍ଦ୍ଦକୋଟ ହରିହର ହାଇସ୍କୁଲରେ ୨୬୭, ଫାଶୀ ମାଣିକେଶ୍ଵର ହାଇସ୍କୁଲରେ ୧୬୪, ଅଗାଁର ଗାଁ ବିଏସ୍ ହାଇସ୍କୁଲରେ ୧୭୬, ସୁମଣ୍ଡଳ ରବିଘୋଷ ନୋଡାଲ ବିଦ୍ଯାପୀଠରେ ୩୩୪,ଶାଙ୍କୁଡା ସ୍ଥିତ ଧବଳେଶ୍ୱର ବିଦ୍ଯାପୀଠରେ ୧୮୪, ଏସ୍ ଛଚିନା ସ୍ଥିତ ରାଧାକୃଷ୍ଣ ହାଇସ୍କୁଲରେ ୨୨୭,ବେଗୁନିଆପଡ଼ା ସ୍ଥିତ ଜନତା ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇ ବେଶ୍ ଭଲ କରିଥିବା କହିଛନ୍ତି କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲରେ ପରୀକ୍ଷା ଦେଇଥିବା କିଛି ପରୀକ୍ଷାର୍ଥୀ। ପରୀକ୍ଷା ସରିବା ପରେ ପ୍ରଶ୍ନ ପତ୍ର ସହ ଉତ୍ତର ଖାତାକୁ ସୁରକ୍ଷିତ ଭାବେ ନୋଡାଲ ସେଣ୍ଟରକୁ ପଠାଯାଇଥିବା ନେଇ ସୂଚନା ଦେଇଛନ୍ତି ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସରୋଜ କୁମାର ମାଝୀ । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ଯାପକ ବନ୍ଦବୋସ୍ତ କରାଯାଇଛି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.