କୋଦଳା,୦୧/୧୧(ପିପିଟି):ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନା “ଆମ ଓଡିଶା ନବୀନ ଓଡିଶା “ର କାର୍ଯ୍ୟକ୍ରମ ବେଗୁନିଆପଡା ସ୍ଥିତ ବାପୁଜୀ ଷ୍ଟାଡିୟମ ରେ ଆସନ୍ତା ୨ ତାରିଖ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ବେଳେ,ଏହାର ସୁ ବନ୍ଦୋବସ୍ତ ଓ ସଫଳ କରାଇବା ନେଇ ବୁଧବାର ବ୍ଲକ ବୈଠକ ଗୃହଠାରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନ ସମାଗମ ହେବାର ରହିଛି। ଏହାକୁ ଦୃଷ୍ଟି ରେ ରଖି ଲୋକଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଆଲୋଚନା କରାଯିବା ସହ ଲୋକ ପ୍ରତିନିଧି ମାନେ ସହଯୋଗ କରିବା ପାଇଁ ବିଡ଼ିଓ ଅନୁରୋଧ କରିଥିଲେ। ସମସ୍ତ ଜନପ୍ରତିନିଧି ମଧ୍ୟ ସମ୍ପୂର୍ଣ ସହଯୋଗ ପାଇଁ ପ୍ରତିଶୃତି ଦେଇ ଥିଲେ। ଏଥିରେ ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ ,ଏବିଡ଼ିଓ ନିରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼,ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣାଙ୍କ ସମେତ ସମସ୍ତ ସରପଞ୍ଚ,ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )