ଆମ୍ ଆଦମୀ ପାର୍ଟିର ୧୩ତମ ପ୍ରତିଷ୍ଠା ଦିବସ ପାଳିତ।

0 324

ଖୋର୍ଦ୍ଧା,୨୬/୧୧(ପିପିଟି): ଭାରତୀୟ ସମ୍ବିଧାନ ଦିବସ ଅବସରରେ ବେଗୁନିଆ ବ୍ଲକ୍ ର ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ଆମ୍ ଆଦମୀ ପାର୍ଟି ର ୧୩ ତମ ପ୍ରତିଷ୍ଠା ଦିବସ ରେ ଏକ ଆଲୋଚନାଚକ୍ର ହେବା ସହିତ ଦେଶାତ୍ମବୋଧକ କବିତା ପାଠ ଚକ୍ର ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ସଭାପତି ପତିତପାବନ ବଳବନ୍ତରାୟ, ମୁଖ୍ୟ ଅତିଥି ଓଡ଼ିଶା ଆମ୍ ଆଦମୀ ପାର୍ଟି ର ସାଙ୍ଗଠିକ ସଂପାଦକ ଭରତ କୁମାର ଦାସ୍ ଓ ସମ୍ମାନିତ ଅତିଥି ସୁରେଶ ଚନ୍ଦ୍ର ମାନସିଂହ ଯୋଗ ଦେଇଥିଲେ। ସେହିପରି ବେଗୁନିଆ ବୋଲଗଡ଼ ବ୍ଲକ ସଭାପତି କଳ୍ପତରୁ ପଣ୍ଡା ଓ କିଶୋର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଆପ୍ ଜିଲ୍ଲା ସଭାପତି ସୁଭାସିସ ସ୍ୱାଇଁ, ପ୍ରଶାନ୍ତ ରଣସିହଁ,ପ୍ରମୋଦ ନନ୍ଦ, ଭକ୍ତ ବନ୍ଧୁ ପଟ୍ଟନାୟକ, ସୂର୍ଯ୍ୟ କାନ୍ତ ପୁଆଳ,ଲକ୍ଷ୍ମୀଧର ମହାପାତ୍ର, ଲକ୍ଷ୍ମଣ ସେଠୀ, ରଣଜିତ୍ ଚମ୍ପତି, ଚିତରଂଜନ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.