ଆମ୍ବଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।

0 0

ବ୍ରହ୍ମପୁର,୨୦/୦୩(ପିପିଟି): ଆମ୍ବଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆମ୍ବଗଡ଼ ସେବା ସମବାୟ ସମିତିର ସଭାପତି ତଥା ଏହି ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଓ ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଏଲଏନବିପି ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପାତ୍ର , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା କୁମାରୀ ଦାଶ,ଦକ୍ଷିଣପୁର ପ୍ରଧାନ ଶିକ୍ଷୟତ୍ରୀ ଏ ପୁଷ୍ପଲତା ଏବଂ ଗୁଣ୍ଠବନ୍ଧ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ସାହୁ ,ସଭାପତି ଶିବରାମ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି କାହ୍ନୁ ଚରଣ ପାତ୍ର ସମସ୍ତ ସମ୍ମାନନୀୟ ଅତିଥିଙ୍କ ସହ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିକ୍ଷୟତ୍ରୀ ଜନତା କୁମାରୀ ସାହୁ ଅତି ସୁନ୍ଦର ଭାବେ ସ୍ୱାଗତ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟ ଆଞ୍ଚଲ୍ ବିଷୋଇ ଓ ସୁମିତ୍ରା ମହାପାତ୍ର ମଞ୍ଚ ସାଜସଜ୍ଜା କରିଥିଲେ । ଶିକ୍ଷକ ଲକ୍ଷ୍ମୀକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରି ଅଥିତି ମାନଙ୍କୁ ପିଲାଙ୍କ ଦ୍ୱାରା ସମ୍ନାନୀତ କରାଇ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନିତା କୁମାରୀ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହିତ ବାର୍ଷିକ ବିବରଣୀ ପାଠ କରି ଥିଲେ । ଶିଶୁ ମାନଙ୍କ ଦ୍ଵାରା ଲେଖା ସ୍କୁଲ ମାଗାଜିନ ଉନ୍ମୋଚନ କରିବା ସହିତ ମୁଖ୍ୟ ଅତିଥି ଶ୍ରୀ ପାତ୍ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବରଉ ଉଦ୍ଦେଶ୍ୟ ଓ ସମସ୍ତ ଛାତ୍ରୀଛାତ୍ର ମାନଙ୍କୁ ନିଜର ଜନ୍ମଦିନରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ କହିଥିଲେ । ଶିଶୁ ସେବିକା ସନ୍ଧ୍ୟାରାଣୀ ବେହେରାଙ୍କ ତତ୍ତ୍ୱାବଧାନରେ କୁନି କୁନି ଛାତ୍ରଛାତ୍ରୀ ମାନେ ଅତି ସୁନ୍ଦରଭାବେ ନୃତ୍ୟ ପରିବେଷଣ କରିଥିଲେ ।

ଅପରାହ୍ନରେ ବୁଦାଲୁଣ୍ଡି ପ୍ରଧାନ ଶିକ୍ଷୟତ୍ରୀ ମହାଲକ୍ଷ୍ମୀ କର,ବାଘଝରି ପ୍ରଧାନ ଶିକ୍ଷୟତ୍ରୀ ସରସ୍ଵତୀ ଆଚାରୀ , କୁମ୍ଭାଝରି ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ପାତ୍ର, ରବିନ୍ ପାତ୍ର ଓ ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ପ୍ରଧାନ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ତତ୍ ପରେ ପିଲାମାନେ ଶିଖିଥିବା ନୃତ୍ୟ ପରିବେଷଣ କରି ଥିଲେ ।

ବିଦ୍ୟାଳୟର ପରିଚାଳନା କମିଟି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନା କରିବା ସହିତ ବିଦ୍ୟାଳୟ ପାଚିକା ମାନେ ଖାଦ୍ୟ ପରିବେଷଣ ଦାୟିତ୍ୱ ନେଇଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଅରୁଣା କୁମାରୀ ଦେବୀ ଓ ଶିକ୍ଷକ ମାନସ ରଞ୍ଜନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନା କରିଥିଲେ ।

Leave A Reply

Your email address will not be published.