ଆମେ ଗୋଟିଏ ଘର,ଗୋଟିଏ ପରିବାର-ଲତିକା ପ୍ରଧାନ ।

0 383

କୋଦଳା,୩୧/୦୩(ପିପିଟି):ରବିବାର ବେଗୁନିଆପଡା ବ୍ଲକ ସୌରା ଛଚିନା ଠାରେ ବିଜୁ ଜନତା ଦଳ ର ଏକ ନିର୍ବାଚନୀ ରଣନୀତି ପ୍ରସ୍ତୁତି ବୈଠକ ବ୍ଲକ ସଭାପତି ସିମାଞ୍ଚଳ ସାମଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି!ଏଥିରେ ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇଥିବା ବେଳେ ବେଗୁନିଆପଡା ବ୍ଲକ / କୋଦଳା ଏନଏସି ର ସମସ୍ତ କର୍ମକର୍ତ୍ତା ଓ ବିଜୁ କର୍ମୀ ଉପସ୍ଥିତ ରହି ଦ୍ଵିତୀୟ ଥର ପାଇଁ ବିଧାୟିକା ଭାବେ ଘୋଷଣା ହୋଇଥିବାରୁ ବିଧାୟିକା ଙ୍କୁ ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧିତ କରିଥିବା ବେଳେ ଓଡ଼ିଶାର ମାନନୀୟ ଯଶସ୍ବୀ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକ ଆମ ପ୍ରିୟ ବିଧାୟିକାଙ୍କ ପ୍ରତି ଦୃଢ଼ ଆସ୍ଥା ପ୍ରକଟ ପରି ପୁନର୍ବାର ଦ୍ଵିତୀୟ ଥର ପାଇଁ ବିଧାୟିକା ଭାବେ ପ୍ରାର୍ଥୀ ହେବାକୁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ସମସ୍ତ ପଞ୍ଚାୟତ ପ୍ରତିନିଧି,ଏନ୍ଏସି କାଉନସିଲର, ବିଭିନ୍ନ ପଦ ପଦବୀରେ ଥିବା କର୍ମକର୍ତ୍ତା ଓ ବିଜୁ କର୍ମୀ କୌଣସି ଭେଦଭାବ, ମନାମାଳିନ୍ୟ ନ ରଖି ବିଜେଡି ର ଉଭୟ ସାଂସଦ ଓ ବିଧାୟିକା ଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ ।ଏହି ପରିପ୍ରେକ୍ଷୀ ରେ ବିଧାୟିକା ଲତିକା ପ୍ରଧାନ ନିଜ ଅଭିଭାଷଣ ରେ କହିଥିଲେ ଯେ ମୋତେ ଯେଉଁପରି ଭାବେ ଆଶୀର୍ବାଦ ଦେଇ ମୋ ସାଥିରେ ସବୁ କ୍ଷେତ୍ରରେ ସହଯୋଗ କରିଆସିଛନ୍ତି ଠିକ ସେହିପରି ସାଂସଦ ପ୍ରାର୍ଥୀ ଏହି ନିର୍ବାଚନ ମଣ୍ଡଳୀର ଝିଅ କୁ ମୋ ଠାରୁ ଅଧିକ ଗୋଟିଏ ଭୋଟ ପ୍ରଦାନ କରି ନିର୍ବାଚିତ କଲେ ମୁଁ ଖୁସିବ୍ୟକ୍ତ କରିବି । ମୁଁ ଚାହେଁ ଗତ ନିର୍ବାଚନ ରେ ଯେତିକି ଭୋଟ ହୋଇଥିଲା ତା ଠାରୁ ଢେର ଗୁଣରେ ଅଧିକା ଭୋଟ କରି ଓଡିଶା ରାଜନୀତି ରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରୁ । ଏଣୁ ସମସ୍ତ ମାନ ଅଭିମାନ, ଦ୍ୱେଷ ପରିତ୍ୟାଗ କରି ସାଂସଦ ଓ ବିଧାୟକ ଉଭୟଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଅନୁରୋଧ କରିଥିଲେ ତତ ସହିତ ଆଗାମୀ ଦିନରେ ଗୋଟିଏ ମଞ୍ଚ ରେ ସାଂସଦ ଓ ବିଧାୟିକା ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ସର୍ବସାଧାରଣଙ୍କ ପାଇଁ ଏକ ସମ୍ମିଳନୀର ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.