ଆବାସ କମିଟି ଓ ସାଂସ୍କୃତିକ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।

0 216

ସୁବର୍ଣ୍ଣପୁର ,୨୪/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଲୋକ ମହୋତ୍ସବ -୨୦୨୬ ଆୟୋଜନ ଅବସରରେ ଆବାସ କମିଟି ଓ ସାଂସ୍କୃତିକ ଶୋଭାଯାତ୍ରା, ପଦଯାତ୍ରା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଥିଲା। ଆସନ୍ତା ଜାନୁୟାରୀ ୭ତାରିଖ ଠାରୁ ଜାନୁୟାରୀ ୧୧ତାରିଖ ପର୍ଯ୍ୟନ୍ତ ଲୋକ ମହୋତ୍ସବ ଆୟୋଜନ ସମ୍ପର୍କରେ କଳାକାର ମାନେ ରହିବା ର ସୂ -ବ୍ୟବସ୍ଥା କରିବାକୁ ସୋନପୁର ସହରର ହୋଟେଲ ମାଲିକ ସଂଘ ର ସମସ୍ତ ହୋଟେଲ ମାଲିକ ମାନଙ୍କ ସହ ଆଲୋଚନା କରି ଜିଲ୍ଲାପାଳ ଅନୁରୋଧ କରିଥିଲେ । ଜାନୁୟାରୀ ୭ତାରିଖରେ ଏକ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ଶୋଭାଯାତ୍ରା ରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବ୍ଲକ୍, ସହରାଞ୍ଚଳରୁ ପ୍ରାୟ ୧୨୦୦ ଜଣ କଳାକାର ଅଂଶଗ୍ରହଣ କରିବେ। କଳାକାର ମାନଙ୍କୁ ସହରର ବିଭିନ୍ନ ଛକ ମାନଙ୍କ ରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅନୁରୋଧ କରାଗଲା। ଶୋଭାଯାତ୍ରା ରେ କିଏ କେଉଁଠି ପାନୀୟ ଜଳ ର ବ୍ୟବସ୍ଥା କରିବେ ତାହାର ଏକ ତାଲିକା ପ୍ରସ୍ତୁତି ହୋଇଥିଲା । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ, ସୋନପୁର ବ୍ଲକ ଛକ, ଚନ୍ଦ୍ରିକା ସେବା ଟ୍ରଷ୍ଟ, ଆମ୍ବେଦକର ଛକ, ବାପୁଜୀ କ୍ଳବ୍/କେମିଷ୍ଟ ଓ ଡ୍ରଗିଷ୍ଟି ଆସୋସିଏସନ୍,ଘୋଡାଘାଟପଡା ଛକ ,ରାମଧୂନ କ୍ଳବ, କସ୍ତୁରୀ ଛକ, ସ୍ବଚ୍ଛ ଭାରତ ସଂଗଠନ, ବିଜୁପଟ୍ଟନାୟକ ଛକ, ବ୍ୟବସାୟୀ ସଂଘ, ଗଙ୍ଗାଧର ମେହେର ଛକ, ମାରୱାଡ଼ି ଯୁବା ମଞ୍ଚ, ଦୁର୍ଗା ମଣ୍ଡପ ଛକ ଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାନୀୟ ଜଳ ର ବ୍ୟବସ୍ଥା କରାଯିବ ବୋଲି ସ୍ଥିରୀକୃତ ହୋଇଛି । ଏହା ବ୍ୟତୀତ ଅନ୍ୟ ସ୍ବେଛାସେବୀ ସଂଗଠନ, ବ୍ୟକ୍ତି ବିଶେଷ ମଧ୍ଯ ଏ ସେବା କ୍ଷେତ୍ରରେ ଯୋଡି ହେବାକୁ ଓ ସହର ର ପ୍ରତି ଘରେ ଦୋକାନ ବଜାର ମାନଙ୍କ ରେ ଲିଚୁ ଲାଇଟ୍ ଦ୍ୱାରା ଆଲୋକିକରଣ କରିବାକୁ ଓ ଘର ଆଗରେ କଳସ ଦୀପ ବସାଇ ବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ମହୋତ୍ସବକୁ ବହୁଳ ଭାବରେ ପଚାର ପ୍ରସାର ପାଇଁ ଓ ଜିଲ୍ଲା ର ସମସ୍ତ ଲୋକ ଙ୍କୁ ମହୋତ୍ସବ ରେ ସାମିଲ କରିବାକୁ ଦୁଇ ତିନି ଦିନ ପୁର୍ବରୁ”ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ରଥ” ଜିଲ୍ଲାର ସମସ୍ତ ବ୍ଲକ୍, ସହରାଞ୍ଚଳ ଗ୍ରାମପଞ୍ଚାୟତ ମୂଖ୍ୟାଳୟ କୁ ପରିଭ୍ରମଣ କରିବ ଜିଲ୍ଲାପାଳ ସଭା ରେ ସୂଚନା ଦେଇ ଥିଲେ ।

ରିପୋର୍ଟ୍ -ଶାନ୍ତୁନୁ କୁମାର କର୍ଣ୍ଣ

Leave A Reply

Your email address will not be published.