ଆନ୍ଦୋଳନ ଜୋରଦାର ପାଇଁ ଘୁମୁସର ଜିଲ୍ଲା ସଂଗ୍ରାମ ସମିତି ଗଠିତ; ଗୋପବନ୍ଧୁ ସଭାପତି, ଅଯୋଧ୍ୟା ସମ୍ପାଦକ ।

0 465

ଭଞ୍ଜନଗର, ୧୧/୧୧(ପିପିଟି): ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଘୁମୁସର ଜିଲ୍ଲା ଘଠନ ପାଇଁ ଏକ ଦୀର୍ଘ ସ୍ଥାୟୀ ଆନ୍ଦୋଳନ ଜାରି ରଖିବା ନିମନ୍ତେ ଭଞ୍ଜନଗର ଅଞ୍ଚଳର ବରିଷ୍ଠ ସମାଜସେବୀ ଦେବୀ ବିଷୋୟୀଙ୍କ ଆହ୍ୱାନ କ୍ରମେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।ପୂର୍ବରୁ ଘୁମୁସର ଜିଲ୍ଲା ଆନ୍ଦୋଳନ ପାଇଁ ଯେଉଁ ଯୁବଛାତ୍ର ସଂଗ୍ରାମ ସମିତି ଘଠନ କରା ଯାଇଥିଲା ତାହା ପରିବର୍ତ୍ତେ ଘୁମୁସର ଜିଲ୍ଲା ସଂଗ୍ରାମ ସମିତି ଗଠନ କରାଯାଇଛି।ଉକ୍ତ ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦ୍ୟସ ମାନଙ୍କ ମଧ୍ୟରେ ସର୍ବସମ୍ମତି କ୍ରମେ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କୁ ସଭାପତି ଓ ନିଶାକର ବିଷୋୟୀଙ୍କୁ କାର୍ଯ୍ୟକାରୀ ସଭାପତି, ସୁକାନ୍ତ କୁମାର ଡିଗାଲ ଓ ମୁରଲୀ ଧର ପଣ୍ଡାଙ୍କୁ ଉପସଭାପତି, ମହମ୍ମଦ ନୌସାଦ, ବିଦ୍ୟଧାର ପ୍ରଧାନ, ଅଯୋଧ୍ୟା ନାଥ ମହାପାତ୍ରଙ୍କୁ ସାଧାରଣ ସମ୍ପାଦକ, ଧୀରଜ ପଟ୍ଟନାୟକଙ୍କୁ ସମ୍ପାଦକ ରୂପେ ଚୟନ କରାଯାଇଛି। ଉକ୍ତ କାର୍ଯ୍ୟକାରୀ କମିଟି ଘୁମୁସର ଜିଲ୍ଲା ଆନ୍ଦୋଳନକୁ ସକ୍ରିୟ କରି ଭଞ୍ଜନଗର ଉପଖଣ୍ଡର ସମସ୍ଥ ବ୍ଲକକୁ ଏକଜୁଟ କରି ଘୁମୁସର ଜିଲ୍ଲା ଆନ୍ଦୋଳନଙ୍କୁ ତୀବ୍ର କରିବା ପାଇଁ ଶପଥ ନେଇଛି।ଆଗାମୀ ୨୧ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ଏସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରା ଜିବା ପାଇଁ ସ୍ଥିର ହୋଇଛି।ଶେଷରେ ସାଧାରଣ ସମ୍ପାଦକ ଅଯୋଧ୍ୟା ନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍ -ଜେ. କେ ପଟ୍ଟନାୟକ.

Leave A Reply

Your email address will not be published.