ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ।

0 224

ବୋଲଗଡ଼,୦୮/୦୯(ପିପିଟି):ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟଙ୍କ ନିର୍ଦ୍ଦେଶରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ୧୪ଟି ସାଧନକେନ୍ଦ୍ରର ସଂଯୋଜକଙ୍କ ତତ୍ଵାବଧାନରେ ସମ୍ପୃକ୍ତ ବିଦ୍ୟାଳୟଗୁଡିକରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି ।ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ, ଉଲ୍ଲାସ ନୋଡାଲ ଅଧିକାରିଣୀ ଅମିତା ମିଶ୍ର, ମୀରା ମଞ୍ଜରୀ ସାହୁ ରଂଜିତା ସାହୁ,ବାମନ ଓ ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ସଚେତନତା ରା଼ଲିରେ ବଜାର ପରିକ୍ରମା କରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚିଥିଲେ ।କେଭି ଲଷ୍ମୀ,ଶିବ ମିଶ୍ର ଶେଖ ମୁନିର, ସଞ୍ଜୟ ମନ୍ତ୍ରୀ, ଅଜୟ ବଳିୟାରସିଂହ ସଞ୍ଜୟ ଦଳେଇ, ବବ୍ରୁ ବାହାନ ବେହେରା, ବିଭୁ ରଥ, ସେମାନଙ୍କ ସହ ମିଶି ଉକ୍ତ କାର୍ଯ୍ୟାଳୟଠାରେ ସାକ୍ଷରତା ଦିବସ ପାଳନ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.