ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।

0 426

ବୋଲଗଡ଼,୦୮/୦୩(ପିପିଟି): ଧଳାପଥର ଗ୍ରାମପଞ୍ଚାୟତ ଅଧୀନ ଠଣାପଲ୍ଲୀ ମିଳିତ ଯୁବକ ସଂଘ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇ ଯାଇଛି। ଚାନ୍ଦୁଆ ହସ୍ତଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ଏହି ଅବସରରେ ଯୁବକ ସଂଘ ର ସମ୍ପାଦକ ଭାଗିରଥି ଦାଶ ମହିଳା ମାନେ ଆତ୍ମ ନିର୍ଭରଶିଳ ହେବା ପାଇଁ ପରାମର୍ଶ ଦେଇଥିଲେ। ଆୟୋଜିତ କ୍ରିଡ଼ା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିଥି ଭାବେ ସୂର୍ଯ୍ୟକାନ୍ତ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମୁଦୁଲି,ନବକିଶୋର ମହାପାତ୍ର ଯୋଗ ଦେଇ ମହିଳା ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ପରାମର୍ଶ ଦେଇଥିଲେ। ତାଲିମ କେନ୍ଦ୍ର ତରଫରୁ ଲିପିକା ମହାପାତ୍ର, ଦୀପ୍ତିମୟୀ ହୋତା, ପ୍ରଭାସିନୀ ସାହୁ, ସୁଭାଷିନୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ପ୍ରଭାତ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।ଏହି ଅବସରରେ ଗୋଷ୍ଠି ମହିଳା ମାନଙ୍କ ମଧ୍ୟରେ କବିତା, ଚିତ୍ରାଙ୍କନ, କ୍ୱିଜ୍ ପ୍ରତିଯୋଗିତା ହୋଇଥିଲା ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.