ଦେଖ କେମିତି ଝରି ପଡୁଛି ଆନନ୍ଦ ଏଠି
ଯେଉଁଠି ଭୋକିଲା ପେଟକୁ
ଯୋଗାଏ ଯେ ଦୁଇ ପଟ ରୁଟି….!!
ଦେଖ କେମିତି ଝରି ପଡୁଛି ହସ ଓଠେ
ଅନାବୃତ୍ତ ଜୀର୍ଣ୍ଣ ବାସକୁ ଫେଡି
ଅନାବିଳ ସ୍ନେହେ
ଅର୍ପି ଦେଉଛି କିଏ ନବ ବସ୍ତ୍ର
ଦରିଦ୍ରର ହସ୍ତେ…..!!
ଫୁଲ ପରି ଫୁଟି ଯାଏ ହସ ଏଠି
ବିପଦରୁ ଯେ ଉଦ୍ଧାରେ ଅସହାୟକୁ ଥରେ
ଆଉ କରି ନିଏ ନିଜର ଚିର ଦିନ ତା’ରେ….!!
ଆନନ୍ଦ ସେଇଠି ଅଛି
ଜରି ଗୋଟାଳି ଛୁଆର ଅଖାରେ
ମେଞ୍ଚା ମେଞ୍ଚା ଦୁଃଖ କୁ ଫୋପାଡି
ଯିଏ ଦେଇ ଦେବ
ହାତରେ କଲମ
ଆଉ ମୁଣିରେ କିଛି ଖଣ୍ଡ ପୁସ୍ତକ
ଖରା, ବର୍ଷା, ଶୀତ ର ଚଲା ପଥରୁ
ଟାଣି ଆଣି ଭରି ଦେବ ସୁନେଲୀ ସପନ
ଗଢି ଦେବ ପାପୁଲିଏ ଭବିଷ୍ୟତ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭