ଭଞ୍ଜନଗର,୨୫/୧୧(ପିପିଟି ):ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବାହାଡ଼ାଝୋଲା କାଳିଆମ୍ବା ମୌଜା ସ୍ଥିତ କୃଷକ ଭବନ ପାର୍ଶ୍ବରେ ଥିବା ମା ଲକ୍ଷ୍ମୀ,ପ୍ରଭୁ ଗଣେଶ ଓ ହନୁମାନ ମନ୍ଦିରର ୫ମ ବାର୍ଷିକ ଉତ୍ସବ ବେଶ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି।ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ପ୍ରାତଃ ସମୟରେ ସମସ୍ତ ମନ୍ଦିରରେ ପୂଜା ପାଉଥିବା ଦେବାଦେବୀଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଭଜନ କୀର୍ତ୍ତନ ସହ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ମହିଳାମାନଙ୍କ ଦ୍ଵାରା ଜଳଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହାପରେ ମନ୍ଦିର ପରିସରରେ ସୂର୍ଯ୍ୟପୂଜା, ମହାଲକ୍ଷ୍ମୀ ପୂଜା ଓ ହନୁମାନ ଚାଳିଶା ପାଠ ଏବଂ ଯଜ୍ଞ ମଣ୍ଡପରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା।ବ୍ରାହ୍ମଣ ଓ ପଣ୍ଡିତଙ୍କ ମନ୍ତ୍ର ଧ୍ୱନିରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏଥିରେ କର୍ତ୍ତା ଭାବେ ସମାଜସେବୀ ସୂର୍ଯ୍ୟ ନାରାୟଣ ସାହୁ ଓ ତାଙ୍କ ଧର୍ମପତ୍ନୀ କଳ୍ପନା ସାହୁ ସମସ୍ତ ଦାୟିତ୍ୱ ସମ୍ପାଦନ କରିଥିଲେ।ଏହି ଧାର୍ମିକ କାର୍ଯ୍ୟରେ ଶ୍ରୀ ସାହୁଙ୍କ ପରିବାର ସମେତ ବାହାଡ଼ା ଝୋଲା ସରସ୍ୱତୀ ଶିଶୁ ମନ୍ଦିରର ସମସ୍ତ କର୍ମଚାରୀ, କାଳିଆମ୍ବା ଓ ଘଡେଇ ବନ୍ଧ ଗ୍ରାମବାସୀମାନେ ସହଯୋଗ କରିଥିଲେ।ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)