ଆଦି କର୍ମଯୋଗୀ ତାଲିମ କାର୍ଯ୍ଯକ୍ରମ ଉଦଯାପିତ ।

0 167

ମାଲକାନଗିରି, ୦୬/୦୯(ପିପିଟି):ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ତିନି ଦିନିଆ ଆଦି କର୍ମଯୋଗୀ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉକ୍ତ ତାଲିମରେ ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଗୁଡ଼ିକର ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। ବିଭିନ୍ନ କୌଶଳ ମାଧ୍ୟମରେ ଦଳଗତ ଆଲୋଚନା, ଉପସ୍ଥାପନା ଓ ବିଭିନ୍ନ ଖେଳ ମାଧ୍ୟମରେ ଅତି ସୁନ୍ଦର ଭାବରେ ତାଲିମ ଦିଆଯାଇଥିଲେ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ନିମନ୍ତେ ସେବା, ସମର୍ପଣ ଓ ସଂକଳ୍ପ ରଖି ଶେଷ ମାଇଲ ଖୁଣ୍ଟ ପର୍ଯ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ପ୍ରଶାସନ ହିସାବରେ କାର୍ଯ୍ୟ କରିବା ଓ ଗ୍ରାମର ସର୍ବାଙ୍ଗୀନ ଉନ୍ନତି କରିବା ନିମନ୍ତେ ଶପଥ ନେଇଥିଲେ। ଆଦି କର୍ମଯୋଗୀ ତାଲିମରେ ସରକାରୀ ଅଧିକାରୀଙ୍କୁ ଗୋଷ୍ଠୀର ଜନସାଧାରଣଙ୍କ ଜ୍ଞାନ, କୌଶଳ, ମନୋବୃତ୍ତି ବୃଦ୍ଧି କରାଯାଇ ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବା ବିଷୟରେ ବୁଝା ଯାଇଥିଲା। ପ୍ରଶିକ୍ଷକ ଭାବରେ ବିଡ଼ିଓ ମାଥିଲି, ବିଡ଼ିଓ ମାଲକାନଗିରି, ବିଡ଼ିଓ କାଲିମେଳା, ପ୍ରକଳ୍ପ ଅଧିକାରୀ ମହିଳା ଓ ଶିଶୁ ବିକାଶ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ଡେପୁଟି ରେଞ୍ଜର, ଜିଲ୍ଲା ମହାମାରୀ ବିଶେଷଜ୍ଞ, ପ୍ରୋଗ୍ରାମ ମ୍ୟାନେଜର ପିରମଲ ଫାଉଣ୍ଡେସନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରକଳ୍ପ ପରିଚାଳକ ଆଇଟିଡିଏ ମାଲକାନଗିରି ବିଶ୍ଵନାଥ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.