ଆଦିବାସୀ ସଂଘ ତରଫରୁ ଶୋକସଭା ପାଳିତ ।

0 176

ମାଲକାନଗିରି,୦୪/୧୨(ପିପିଟି):ଚାଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ଶୁକ୍ରାଗୁଡା ଠାରେ ଆଦିବାସୀ ସଂଘ ତରଫରୁ ଶୁକ୍ରା ମାଢି ଏବଂ ରାମଚନ୍ଦ୍ର ନାୟକଙ୍କ ବିୟୋଗରେ ଶୋକସଭା ପାଳିତ ହୋଇଯାଇଛି। ଏହି ଶୋକସଭାରେ ଆଦିବାସୀ ସଂଘର ସଭାପତି ବାଲାରାଜୁ ଗାମେଲ ସଭାପତିତ୍ବ କରିଥିଲା ବେଳେ ବିଦେଶୀ ଗୌଡ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ଯୋଗ ଦେଇ ଜଳ, ଜମି, ଜଙ୍ଗଲ ସୁରକ୍ଷା ଏବଂ ଆଦିବାସୀ ସମଜର ବିକାଶ ପାଇଁ ଶୁକ୍ରା ମାଢିଙ୍କ ଜୀବନ ବ୍ୟାପୀ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। ତତ୍କାଳୀନ ଜିଲ୍ଲାପାଳ ଗଗନ କୁମାର ଧଳ ଗୋଈ ପାହାଡ ପାଦଦେଶରେ ଏକ ଆଦିବାସୀ ଗାଁ ପ୍ରତିଷ୍ଠା ପାଇଁ ଶୁକ୍ରା ମାଢିଙ୍କୁ ନିର୍ଦ୍ଦେଶ ଦେଇଥିଲା ବେଳେ ଉକ୍ତ ଗାଁ ଟି ଶୁକ୍ରାମାଢିଙ୍କ ନାମରେ ନାମିତ କରା ଯାଇଥିଲା । ସେହିପରି ଏହି ପାହାଡ କୁ ଲାଗି ନଅ ଖଣ୍ତ ପଡା ରହିଥିବା ବେଳେ ଆଜି ମଧ୍ୟ ମୌଳିକ ସୁବିଧା ସୁଯୋଗ ପହଞ୍ଚି ନାହିଁ।ଦୀପ ତଳ ଅନ୍ଧାର: ଆଦିବାସୀ ଗାଁ କୁ ରାସ୍ତା ନାହିଁ, ପାନୀୟ ଜଳ ନାହିଁ । ଚାଲାଣଗୁଡା ପଞ୍ଚାୟତର ଶୁକ୍ରାଗୁଡା ଏକ ଆଦିବାସୀ ଗ୍ରାମ । ଦଶଟା ଘର ରହିଛି।ଏଠାରେ ଦୁରୁଆ ଆଦିବାସୀ ସଂପ୍ରଦାୟ ଲୋକମାନେ ରହିଛନ୍ତି। ଚମ୍ପାନଗର ଛକରୁ ଶୁକ୍ରାଗଡା ରାସ୍ତା ଦେଢ କିମି ଦୂରତା ହୋଇଥିବା ବେଳେ ବସ୍ତି ସ୍ଥାପନର ୬୦ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ ରାସ୍ତା ମରାମତି ହୋଇପାରି ନାହିଁ। ସେହିପରି ଜାମଗୁଡା,ଶୂଳୀପାଣି, ଲକ୍ଷ୍ମଣପୁର,ସିନ୍ଧିଭଟା,ବନଗିରିଗୁଡା,ଦୁଲାଗୁଡା,ଗୋଇଗୁଡା,ପାର୍କାମେଦୁଲ୍ ଗ୍ରାମଗୁଡିକୁ କେବଳ ପାଦଚଲା ରାସ୍ତା ରହିଛି। ଆଜି ପର୍ଯ୍ୟନ୍ତ ଶୂଳୀପାଣି ରେ ବିଦ୍ୟୁତ୍ ନାହିଁ। ଏହା ବ୍ୟତୀତ ଏ ସବୁ ଗ୍ରାମର ଲୋକମାନେ ଝରଣା ପାଣି ପିଇ ଦିନ ବିତିଯାଉଥିବା ବେଳେ ବର୍ଷା ଦିନେ ଗୋଳିଆ ପାଣି ପିଇ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ଏ ସଂପର୍କରେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ସତ୍ଵ କୌଣସି ଗ୍ରାମରେ ନଳ କୂପଟିଏ ମଧ୍ୟ ଖନନ କରା ଯାଇ ନାହିଁ।ଶୁକ୍ରାଗୁଡାରୁ ଲକ୍ଷ୍ମଣ ପୁର ୫ କିମି ରାସ୍ତା ସଂପୂର୍ଣ୍ଣ ପାଦ ଚଲା ରାସ୍ତା ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇ ନାହିଁ।ଏହା ଠାରୁ ଦୁର୍ଭାଗ୍ୟଜନକ ଘଟଣା କ’ଣ ହୋଇପାରେ ବୋଲି ଶ୍ରୀ ନାୟକ କହିଥିଲେ। ଆଦିବାସୀ ସମାଜ ବିକାଶ ଲାଗି ଶିକ୍ଷା ଆବଶ୍ୟକ।
ଜଙ୍ଗଲ ସୁରକ୍ଷା ଲାଗି ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଉଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ରତ୍ନାକର ଦାଶ, ଦୁର୍ଯ୍ୟୋଧନ ପାତ୍ର, ସମାଜସେବୀ କେ ଦେଶୀ ରାଜୁ ଆଚାରୀ, ସୋନୁ ଅନୁଗ,କମୁଲ ସାଇ ମାଝୀ,ଈନ୍ଦ୍ରରାଜ ଦୁରୁଆ,ସମ୍ବାରୁ ଦୁରୁଆ, ଜଗନ୍ନାଥ ପୂଜାରୀ ପ୍ରମୁଖ ଯୋଗ ଦେଇ ଶୁକ୍ରା ମାଢିଙ୍କ ସମାଜସେବ ଉପରେ ଆଲୋକପାତ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.