ଆଦିବାସୀର ଜଙ୍ଗଲ ପଟା ଜମିକୁ ବେଙ୍ଗଲୀ ଲୋକଙ୍କ କବଜା ।

0 225

ମାଲକାନଗିରି,୦୭/୦୨(ପିପିଟି): ମାଲକାନଗିରି ତହସିଲ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତ ଅନ୍ତର୍ଗତ ତଣ୍ଡିକି କାଦବାହାଲ ଗ୍ରାମର ଭୀମା ମୁଷାକିଙ୍କ ୧.୧୦୮ ହେକ୍ଟର ଜମିକୁ ସିନ୍ଧ୍ରିମାଳ ପଞ୍ଚାୟତ ନିକଟସ୍ଥ ଏମଭି-୧୧୧ ଗ୍ରାମର ରବି ସରକାର କବଜା କରିଥିବା ଜଣାପଡିଛି । ଏ ସଂପର୍କରେ ଭୀମା ମୁଷାକି ଗତ କାଲି ମାଲକାନଗିରି ଜିଲ୍ଲା ପାଳଙ୍କ ଦ୍ବାରସ୍ଥ ହୋଇ ନିଜ ଜମକୁ ଫେରି ପାଇବା ପାଇଁ ଅନୁରୋଧ କରିଥିବା ଜଣାପଡିଛି ।ପ୍ରାପ୍ତ ସୂଚନା ଅନୁସାରେ ତଣ୍ଡିକି କାଦବାହାଲ ଗ୍ରାମର ଭୀମା ମୁଷାକି ଜଣେ ସରଳ ନିରିହ କୋୟା ଆଦିବାସୀ ସଂପ୍ରଦାୟର ବ୍ଯକ୍ତି ।ତାଙ୍କୁ ୨୦୦୯ ମସିହାରେ ଜଙ୍ଗଲ ଅଧିକାର ସୀକୃତି,ନିୟନ-୨୦୦୭ ଅନୁସାରେ ଭାରତ ସରକାରଙ୍କ ଦ୍ବାରା ମୋଟ ୨.୦୦୭ ହେକ୍ଟର ଜଙ୍ଗଲ ଜମି ମିଳିଥିଲା । ତେବେ ଭୀମା ମୁଷାକିଙ୍କ ବାଟପଲ୍ଲୀ ମୌଜା ୬ ନମ୍ବର ପ୍ଲଟର ୧.୧୦୮ ହେକ୍ଟର ଜମିକୁ ଏମଭି-୧୧୧ ଗ୍ରାମର ରବି ସରକାର ନିଜ କବଜାକୁ ନେଇ ଦୀର୍ଘ ବର୍ଷ ହେଲା ବଳପୂର୍ବକ ଉପଭୋଗ କରୁଥିବା ବେଳେ ସେହି ଜମିରେ ପୋଖରୀ ଖୋଳି ମାଛ ଚାଷ କରୁଛି । ନିଜ ପାଇଁ ଏକ ଘର ନିର୍ମାଣ କରିଥିବା ମଧ୍ଯ ଅଭିଯୋଗ ହୋଇଛି । ଏହା ବ୍ଯତୀତ ସେହି ଜମିକୁ ଆଉ ୪ ଜଣ ବ୍ଯକ୍ତିଙ୍କୁ ମଧ୍ଯ ବିକ୍ରୟ କରି ଦେଇଥିବା ଜଣା ପଡିଛି । ଫଳରେ ଆଉ ୩ ଜଣ ବ୍ଯକ୍ତି ସେହି ଜମିରେ ଗୃହ ନିର୍ମାଣ କରିଥିବା ବେଳେ ଅନ୍ଯ ଜଣେ ବ୍ଯକ୍ତ ଘର ନିର୍ମାଣ ପାଇଁ ଫାଉଣ୍ଡେସନ ପକାଇଛି ଆଗାମୀ ଦିନରେ ଘର ନିର୍ମାଣ କରିବ ବୋଲି । ଏ ସଂପର୍କରେ ନିଜ ଜମିକୁ ଛାଡିବା ପାଇଁ ଭୀମା ବାରମ୍ବାର ଅନୁରୋଧ କରିଥିଲେ ମଧ୍ଯ ସେମାନେ ଉକ୍ତ କବଜାରେ ରଖିଥିବା ଜମିକୁ ଛାଡିବାକୁ ନାରାଜ । ଉଚିତ ନ୍ଯାୟ ପାଇବଭାବିନ ମୁଷାକି ଗାଁ ଲୋକମାନଙ୍କୁ ନେଇ ଏକ ବୈଠକ କରିଥିଲେ ମଧ୍ଯ ଉକ୍ତ ବିବାଦର କୌଣସି ସୁଫଳ ମିଳି ନଥିଲା । ଫଳରେ ଭୀମା ମୁଷାକି ମାଲକାନଗିରି ଥାନାରେ ୧୦.୧୧.୨୦୨୨ତାରିଖରେ ଲିଖିତ ଅଭିଯୋଗ କରିଥିଲା । ତେବେ ମାଲକାନଗିରି ଥାନାରୁ ମଧ୍ଯ କୌଣସି ନ୍ଯାୟ ମିଳି ନଥିଲା । ପରେ ସେ ମାଲକାନଗିରି ତହସିଲରେ ୧୬. ୧୧.୨୦୨୨ ତାରିଖରେ ଏବଂ ଉପଜିଲ୍ଲାପାଳଙ୍କୁ ୧୮.୧୧.୨୦୨୨ ତାରିଖରେ ନିଜ ପଟା ଜମି ଫେରି ପାଇବା ପାଇଁ ଲିଖିତ ଅଭିଯୋଗ କରିଥିଲା । ଫଳରେ ଗତ ୨୫.୧୨.୨୦୨୨ ତାରଖରେ ମାଲକାନଗିରି ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମୀ, ସିନ୍ଧ୍ରିମାଳ ଆରଆଇ ସୀମାଞ୍ଚଳ ସାହୁ ଏବଂ ବନପାଳ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଜମିକୁ ଚିହ୍ନଟ କରିଥିଲେ । ସେ ଜଙ୍ଗଲ ଜମିଟି ଭୀମା ମୁଷାକିଙ୍କ ୧.୧୦୮ ହେକ୍ଟର ଜଙ୍ଗଲ ପଟା ଜମି ହୋଇଥିବାରୁ ଉକ୍ତ ଜମିକୁ ତିରନ୍ତ ଛାଡିବାକୁ ଓ ଘର ଖାଲି କରିବାକୁ ଅତିରିକ୍ତ ତହସିଲଦାର ଶ୍ରୀକାର୍ତ୍ତାମୀ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାଙ୍କ ନିର୍ଦ୍ଦେଶକୁ ଅଦ୍ଯାବଧି କେହି ଭୃକ୍ଷେପ କରିନଥିଲେ । ଫଳରେ ଭୀମା ମୁଷାକି ଗତ କାଲି ମାଲକାନଗିରି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ବେଙ୍ଗଲୀମାନଙ୍କ କବଜାରେ ଥିବା ୧. ୧୦୮ ହେକ୍ଚଟ ଜଙ୍ଗଲ ପଟା ଜମିକୁ ତୁରନ୍ତ ଫେରାଇବା ପାଇଁ ଗୁହାରୀ କରିଥିବା ଜଣା ପଡିଛି । ତେବେ ଜଙ୍ଗଲ ଜମି ପଟା ପାଇଥିବା ଭୀମାଙ୍କ ଜମିକୁ ଜିଲ୍ଲା ପ୍ରଶାସନ କେବେ ହସ୍ତାନ୍ତର କରିବ ନା ବର୍ଷ ବର୍ଷ ଧରି ଏ ଅଫିସ ସେ ଅଫିସ ଦୌଡି ଦୌଡି ନୈରାସ୍ଯ ଜୀବନ ନିର୍ବାହ କରୁଥିବ ଆଗାମୀ ଭବିଷ୍ଯତରେ ଜଣାପଡିବ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.