ଆଦର୍ଶ ଶିକ୍ଷକଙ୍କ ହୃଦଘାତରେ ପରଲୋକ ।

0 981

ଭଞ୍ଜନଗର, ୦୩/୦୨(ପିପିଟି) : ଭଞ୍ଜନଗର ଖାଲା ସାହିରେ ରହୁଥିବା ଆଦର୍ଶ ଶିକ୍ଷକ ସରୋଜ କୁମାର ପାଢୀଙ୍କର ଶନିବାର ଭୋର ସମୟରେ ହୃଦଘାତରେ ଦେହାନ୍ତ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୫୪ବର୍ଷ ବୟସ ହୋଇଥିଲା।ଶ୍ରୀ ପାଢ଼ୀ ସ୍ଥାନୀୟ ସତ୍ୟ ସାଇ ବିଦ୍ୟା ବିହାରରେ ଦୀର୍ଘଦିନ ଧରି ସଂସ୍କୃତ ଓ ସାହିତ୍ୟ ବିଷୟରେ ଶିକ୍ଷାଦାନ କରି ଆସୁଥିଲେ।ତାଙ୍କର ବହୁ ଛାତ୍ରଛାତ୍ରୀ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ସୁନାମ ଅର୍ଜନ କରିଛନ୍ତି।ସେ ଜଣେ ମିଷ୍ଟଭାଷୀ, ପରୋପକାରୀ,ନିଷ୍କପଟ, ଶାନ୍ତ ସରଳ ବ୍ୟକ୍ତି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ଢ଼େର ବେଶୀ ଥିଲା।ଶ୍ରୀ ପାଢ଼ୀ ଶନିବାର ଭୋର ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପତ୍ନୀ ସସ୍ମିତା ପାଢ଼ୀ ଓ ଏକମାତ୍ର ପୁତ୍ର ହିମାଂଶୁ ପାଢ଼ୀ ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ଶ୍ରୀ ପାଢ଼ୀଙ୍କ ଅନ୍ତିମ ସତ୍କାର ପୁରୀ ସ୍ୱର୍ଗଦ୍ୱାର ଠାରେ ହୋଇଥିବା ଜଣାପଡିଛି।ଶ୍ରୀ ପାଢ଼ୀ ଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.