ଆଦର୍ଶ ପ୍ରଧାନଶିକ୍ଷକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ।

0 379

ବୋଲଗଡ଼,୧୬/୦୯(ପିପିଟି):ସ୍ଥାନୀୟ ବୋଲଗଡ଼ର ବଣିଆ ସାହିର ଆଦର୍ଶ ପ୍ରଧାନଶିକ୍ଷକ ବସନ୍ତ କୁମାର ଚୌଧୁରୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ବସନ୍ତ କୁମାର ଚୌଧୁରୀ ବୋଲଗଡ଼ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ। ସେ ଏକ ଧାରାରେ ସ୍ପଷ୍ଟବାଦୀ, ଛାତ୍ର ବତ୍ସଳ, ପରଉପକାରୀ, ନିର୍ଭିକ,ସମୟାନୁବର୍ତ୍ତି ଓ ମାନବବାଦର ପ୍ରତିକଥିଲେ। ଏଥି ସହିତ ବାରପଲ୍ଲୀମୌଜାର ସମ୍ପାଦକ ଥିଲେ। ଏହି ଶ୍ରାଦ୍ଧ ବାର୍ଷିକୋତ୍ସବରେ ଅଞ୍ଚଳର ଛାମୁଆ ବ୍ୟକ୍ତି ମାନେ ଅତିଥି ଭାବରେ ଉପସ୍ଥିତ ରହିବା ସହିତ ସ୍ୱର୍ଗତ ବସନ୍ତ କୁମାର ଚୌଧୁରୀ ଙ୍କର ପୁତ୍ର,ବୋହୁ,ଝିଅ,ଜ୍ୱାଇଁ ନାତି,ନାତୁଣୀ ଉପସ୍ଥିତ ରହି ଫଟୋ ଚିତ୍ରରେ ପୁଷ୍ପ ଚନ୍ଦନ ଧୂପ ପ୍ରଦାନ କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.