ପୋଲସରା,୧୯/୦୪ (ପିପିଟି): ଆଜି ଶନିବାର ଦିନ ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟଠାରେ +୩ କଳା ଏଵଂ ବିଜ୍ଞାନ ଛାତ୍ରୀମାନଙ୍କୁ ନେଇ ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିରର ଷଷ୍ଠଦିବସ ଥିଲା। ଏହି ଷଷ୍ଠ ଦିବସୀୟ ତାଲିମ ଶିବିରରେ ଭିଜିଲାନ୍ସ ଅଫିସର୍ ଡି.ଏସ୍.ପି ବୈଦେହୀ କୁମାରୀ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । କାର୍ଯ୍ୟକ୍ରମଟିକୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ରନାଥ ପାଳ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିଥିଙ୍କ ସାମ୍ନାରେ ପିଲାମାନେ ଦୀର୍ଘ ୬ ଦିନ ବ୍ୟାପୀ ଯାହା ପ୍ରଶିକ୍ଷଣ ନେଇଥିଲେ ତାହା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଦର୍ଶନ ବିଜ୍ଞାନ ଅଧ୍ୟାପକ ପ୍ରଫେସର ରୁଦ୍ର ପ୍ରସାଦ ଗୌଡ଼ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ଶିବିରର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତା କିଭଳି ହେବା ଆବଶ୍ୟକ ପିଲାମାନଙ୍କୁ ବୁଝାଇଥିବାବେଳେ ଅତିଥି ଡି.ଏସ୍.ପି ମୋହଦୟା ତାଲିମ ନେଉଥିବା ଛାତ୍ରୀମାନଙ୍କୁ ବର୍ତ୍ତମାନ ସମୟରେ ସମାଜରେ ନାରୀମାନେ କିଭଳି ଭାବେ ସୁରକ୍ଷିତ ରହିବାସହ ଅନ୍ୟକୁ ସୁରକ୍ଷା ଦେଇପାରିବେ ସେ ସମ୍ପର୍କରେ ସଚେତନତା ଏଵଂ ସତର୍କ କରାଇଥିଲେ । ସୂଚନା ଯୋଗ୍ୟଯେ ଏହି ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଆସନ୍ତା ତା ୨୩/୦୪/୨୦୨୫ ବୁଧବାର ଦିନ ଉଜ୍ଜାପିତ ହେବ। ଶେଷରେ ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜିକା ଲେପ୍ଟନାଣ୍ଟ ବିନତା କୁମାରୀ ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା