ଭଞ୍ଜନଗର, ୨୪/୦୧ (ପିପିଟି):ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ମୁଜାଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମର ଉଦ୍ ଯାପନୀ ସମାରୋହ ବିଦ୍ୟାଳୟର ଅଧ୍ୟକ୍ଷା ବୈଜୟନ୍ତୀମାଳା ପ୍ରିୟଦର୍ଶିନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷିକା ଯାଜ୍ଞସେନୀ ନାୟକଙ୍କ ତତ୍ତ୍ଵାବଧାନରେ ଏବଂ ଅଧ୍ୟାପିକା କଳ୍ପନା କୁମାରୀ ଗୌଡ଼ଙ୍କ ସଂଯୋଜନାରେ ଦୀର୍ଘ ୧୦ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀ ଅଂଶଗ୍ରହଣ କରିବାସହ ଆତ୍ମରକ୍ଷା ଜନିତ ସମସ୍ତ କୌଶଳ ଏବଂ ତାର ପ୍ରୟୋଗ ସମ୍ପର୍କରେ ଶିକ୍ଷା କରିଥିଲେ । ଉକ୍ତ ସଭାରେ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ. ସନ୍ତୋଷ କୁମାର ଆପଟ, ଡ. ରବୀନ୍ଦ୍ରନାଥ ପାଳ, ଆର୍ ସତ୍ୟନାରାୟଣ ରେଡ଼ି, ଅଧ୍ୟାପିକା ଲୋପାମୁଦ୍ରା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନେ କିଭଳି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାହସର ସହ ସମ୍ମୁଖୀନ କରିପାରିବେ ସେଥିନିମନ୍ତେ ପରାମର୍ଶ ଦେଇଥିଲେ । ଅନ୍ୟତମ ଅଧ୍ୟାପକ ସୁବ୍ରତ କୁମାର ସେଠୀ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଛାତ୍ରୀ ମାନଙ୍କଦ୍ୱାରା ଆତ୍ମରକ୍ଷା କୌଶଳର କିଛି ଦୃଶ୍ୟ ପ୍ରଦର୍ଶିତ ହେବାପରେ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)