ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପନ ଉତ୍ସବ ଅନୁଷ୍ଠିତ ।

0 106

କୋଦଳା,୧୬/୦୧(ପିପିଟି):ଗଂଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଅଭିମନ୍ୟୁ ସ୍ୱାଇଁଙ୍କ ସଭାପତିତ୍ଵରେ ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଓଡ଼ିଆ ଅଧ୍ୟାପକ ପ୍ରବୀଣ କୁମାର ଖାଡଙ୍ଗା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ସଂଯୋଜିକା ମମତା କୁମାରୀ ପାଢ଼ୀ ଆତ୍ମରକ୍ଷା କୌଶଳ ଜୀବନରେ କିପରି ପରିବର୍ତ୍ତନ ଆଣିଥାଏ ତାହା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିବ୍ୟାନି ସାହୁ ଏବଂ ପୁଜାରାଣୀ ପ୍ରଧାନ ପ୍ରଶିକ୍ଷିକା ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ଶ୍ୟାମ ସୁନ୍ଦର ଦାଶ,ଜ୍ୟୋତ୍ସ୍ନା ନାୟକ,ଅରୁଣ ମଣ୍ଡଳ,ରାଜେଶ୍ ଗୌଡ଼,ପି ରାଜେଶ୍ ପାତ୍ର ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ ତାଲିମ କାର୍ଯ୍ୟକ୍ରମ ୭ ତାରିଖ ଠାରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଆଠ ଦିନ ଧରି ଚାଲିଥିଲା । ଉକ୍ତ ସଭାରେ ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ସହ ରମେଶ ଚନ୍ଦ୍ର ନାୟକ, ମହେଶ୍ୱର ମହାନ୍ତି,ଅଚ୍ୟୁତାନନ୍ଦ ଡାକୁଆ, ରମେଶ ଚନ୍ଦ୍ର ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଓଡ଼ିଆ ଅଧ୍ୟାପକ ଶ୍ୟାମ ସୁନ୍ଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.