ଆତ୍ମନିର୍ଭରଶୀଳ ଭାରତ ସଂକଳ୍ପ ମେଳା ଅନୁଷ୍ଠିତ ।

0 233

ବେଗୁନିଆପଡା,୩୦/୧୨(ପିପିଟି): କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟ ନିକଟ କାକୁଡ଼ିଆପଡା ଗ୍ରାମ ଠାରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ଉପସ୍ଥିତରେ ଆତ୍ମନିର୍ଭରଶୀଳ ଭାରତ ସଂକଳ୍ପ ମେଳା ଅନୁଷ୍ଠିତ ହୋଇଯାଇଛି,ଏଥିରେ ସ୍ୱଚ୍ଛତାର ବାର୍ତ୍ତା ନେଇ ଏକ ପଥପ୍ରାନ୍ତ ନାଟକ ଓ ସଙ୍ଗୀତ ମାଧ୍ୟମରେ ମଞ୍ଚସ୍ଥ କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀଙ୍କ ସହଯୋଗରେ ମହାବିଦ୍ୟାଳୟ ପରିସର ସଫାସୁତରା ସହ ଚତୁଃପାର୍ଶ ରେ ଲାଗିଥିବା ବୃକ୍ଷ ଗୁଡିକର ଉତ୍ତମ ସୁରକ୍ଷା ନିମନ୍ତେ ଜୈବିକ ସାର ଓ ପାଣି ଦିଆଗଲା । ଯାହାକି ପରିବେଶ ସନ୍ତୁଳନ ପାଇଁ ଏକ ବଳିଷ୍ଠ ପଦକ୍ଷେପ ନିଆଯାଇଥିଲା । ଏଥିରେ ପ୍ରଶାସନିକ ଅଧିକାରୀ ଅଧ୍ୟାପିକା ରଞ୍ଜୁବାଳା ନନ୍ଦ, ଏକାଡେମୀକ ବର୍ସର ଅଧ୍ୟାପକ ବିନୋଦ କୁମାର ମିଶ୍ର, ଯୁବ ରେଡ଼କ୍ରସର ସଂଯୋଜକ ଅଧ୍ୟାପକ ରତ୍ନାକର ପ୍ରଧାନ, ଜାତୀୟ ସେବା ଯୋଜନା ସଂଯୋଜିକା ଅଧ୍ୟାପିକା ସାଗରିକା ଦାଶଙ୍କ ସମେତ ଅନେକ ଅଧ୍ୟାପକ,ଅଧ୍ୟପିକା ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଆଜିର କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.