ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଡ଼ାକ ବିଭାଗ ତରଫରୁ କର୍ମଶାଳା ଅନୁଷ୍ଠିତ ।

0 53

ବେଲଗୁଣ୍ଠା, ୨୦/୦୩(ପିପିଟି ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଡ଼ାକ ବିଭାଗ ତରଫରୁ ଏକ କର୍ମଶାଳା ଅନୁଷ୍ଠାନ ଅଧ୍ୟକ୍ଷ ଡ ଗିରିଧର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଡ଼ାକ ବିଭାଗ ତରଫରୁ ଆସିକା ଡ଼ିଭିଜନ୍ ସୁପରିଣ୍ଟେଟ୍ ଡି.କେ ବେହେରା, ଅତିରିକ୍ତ ସୁପରିଣ୍ଟେଟ୍ କିରଣ ବାଳା ପଣ୍ଡା, ମେଲ୍ ଓଭରସିୟର୍ ସୂର୍ଯ୍ୟନାରାୟଣ ସେଠୀ ଏବଂ ଷ୍ଟେନୋ ଅନୁପ ପାଣିଗ୍ରାହୀ ଯୋଗ ଦେଇ ଡ଼ାକ ବିଭାଗ ଦ୍ୱାରା ସୁପରିଚାଳିତ କ୍ଷୁଦ୍ର ସଞ୍ଚୟ ଯୋଜନା ଏବଂ ଗ୍ରାମାଞ୍ଚଳ ଜୀବନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖି ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଶାସନିକ ଅଧିକାରୀ ଡ. ଇ.ରବିନାରାୟଣ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.