ବୋଲଗଡ଼,୧୮/୦୧(ପିପିଟି): ରାଜସୁନାଖଳା ଆଞ୍ଚଳିକ କଳାକାର ମହାସଂଘର ପ୍ରତିଷ୍ଠାତା ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ରବିବାର ଦିନ ରାଜସୁନାଖଳା ଅନନ୍ତ ଗୁମ୍ଫା ପରିସରରେ କଳାକାର ମହାସଂଘର ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରାଜସୁନାଖଳା ଆଞ୍ଚଳିକ କଳାକାର ମହାସଂଘର ସଭାପତି ତଥା ଆଇନଜୀବୀ ବ୍ରହ୍ମହନନ୍ଦ ପଟ୍ଟଯୋଶୀଙ୍କ ପୌରହିଁତରେ ମୁଖ୍ୟତିଥିଭାବେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଓ ସମ୍ମାନିତ ଅତିଥିଭାବେ ରାଜସୁନାଖଳା ସାମ୍ବାଦିକ ସଙ୍ଘର ଉପଦେଷ୍ଠା ପ୍ରସନ୍ନ କୁମାର ସ୍ୱlଇଁ, ସାମ୍ବାଦିକ ସଙ୍ଘ ସଭାପତି ଜିତେନ୍ଦ୍ର କୁମାର ସାହୁ, ପଣ୍ଡିତ ରବୀନ୍ଦ୍ର କୁମାର ସାହୁ ଓ ସାମ୍ବାଦିକ ଗଙ୍ଗାଧର ଦାଶ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବଲ୍ଳଭ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଞ୍ଚଳିକ କଳାକାର ମହାସଂଘର ୧୦୦ରୁ ଉର୍ଦ୍ଧ ବିଭିନ୍ନ କଳାକାରମାନେ ଯୋଗଦେଇଥିଲେ।କିଛି କଳାକାରମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। କଳାକାରମାନେ କିଭଳି ସରକାରଙ୍କର ସୁବିଧାଗୁଡିକ ପାଇପାରିବେ ସେ ବିଷୟରେ ରାଜସୁନାଖଳା ସାମ୍ବାଦିକ ସଙ୍ଘର ଉପଦେଷ୍ଠା ପ୍ରସନ୍ନ କୁମାର ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ! ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ କଳାକାର ମହାସଂଘର ସମ୍ପାଦକ ସୂର୍ଯ୍ୟକାନ୍ତ ମିଶ୍ର, ବଲ୍ଳଭ ପ୍ରଧାନ, ଅଧ୍ୟାପକ ତଥା ପଣ୍ଡିତ ରବୀନ୍ଦ୍ର କୁମାର ସାହୁପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ସାମ୍ବାଦିକ ଗଙ୍ଗାଧର ଦାଶ ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।