ପୋଲସରା (ପିପିଟି) ୨୫/୦୭/୨୫ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଜୁଲାଇ ୨୪ ତାରିଖ ଦିନ ବିଦ୍ୟାଳୟ ପରିସରରେ “ପ୍ରବେଶ ଉତ୍ସବ ୨୦୨୫” ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରିନ୍ସପାଲ ପ୍ରଦୀପ କୁମାର ପରମଗୁରୁ ଏହି ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଯୁକ୍ତ ଦୁଇ ପ୍ରଥମ ବର୍ଷରେ ୪୫୦ ରୁ ଉର୍ଦ୍ଧ୍ବ ଛାତ୍ରୀ ନାମ ଲେଖାଇଥିବା ବେଳେ ପ୍ରଥମ ଦିନରେ ଉପସ୍ଥିତ ଥିବା ୨୫୦ ଜଣ ଛାତ୍ରୀଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ପ୍ରିନ୍ସପାଲ ଏବଂ ଅଧ୍ୟାପିକା ଓ ଅଧ୍ୟାପକ ବୃନ୍ଦ ଛାତ୍ରୀମାନଙ୍କୁ ବିଦ୍ୟାଳୟର ନୀତିନିୟମ ଏବଂ ସରକାରୀ ନିୟମ ଓ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ। ଏଥିସହ ଶ୍ରେଣୀରେ ଅନୁଷ୍ଠିତ ଶିକ୍ଷାଦାନ କାର୍ଯ୍ୟକ୍ରମରେ ନିୟମିତ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଶିଶିରକାନ୍ତ ବିଷୋୟୀ, ମନୋଜ କୁମାର ପାଢୀ, ଧନିତ୍ରୀ ନାୟକ, ଡକ୍ଟର ଆଶିଷ କୁମାର ପ୍ରଧାନ, ଭାସ୍କର ସାହୁ, ମକରଧ୍ୱଜ ବରାଡ଼, ରାଜେନ୍ଦ୍ର ଦେବତା ଓ ସୁଶାନ୍ତ କୁମାର ପରିଡା ଏବଂ ଅଧ୍ୟାପିକା ଡକ୍ଟର ରଞ୍ଜିତା କୁମାରୀ ମିଶ୍ର, କେ. ଶ୍ରୀଦେବୀ ପାତ୍ର, ଶାରଦା କୁମାରୀ ପାତ୍ର, ସନ୍ଧ୍ୟା କୁମାରୀ ନାୟକ, ପ୍ରିୟମ୍ବଦା ଦାଶ, ମିନତୀ ପାଢ଼ୀ ଓ ମିନାକ୍ଷୀ ସାହୁଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା