ଆଜି ମାଲ୍ଯବନ୍ତ ମହୋତ୍ସବ-୨୦୨୪ ଆରମ୍ଭ ।

0 275

ମାଲକାନଗିରି,୧୪/୧୨(ପିପିଟି) :ଆଜି ମାଲ୍ଯବନ୍ତ ମହୋତ୍ସବ-୨୪ ମାଲକାନଗିରି ସଦରମହକୁମା ସ୍ଥିତ ଦଣ୍ଡକାରଣ୍ୟ ପଡ଼ିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜିର ମୁକ୍ତ ରଙ୍ଗମଞ୍ଚକୁ ଆନୁଷ୍ଠାନିକ ଭାବେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କର କମଳରେ ଉଦଘାଟନ କରି ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଓ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଛ ମାସର ସରକାର କିପରି ଜନହିତକର କାର୍ଯ୍ୟ କରିଛନ୍ତି,ସେ ଦୀର୍ଘ ଏକ ଘଣ୍ଟା ୪୫ ମିନିଟ ଭାଷଣ ରଖିଥିଲେ। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ବିକାଶ ନ ହୋଇ କେବଳ କଥା ରେ ନୁହେଁ,କାମରେ ବିଶ୍ବାସ କରୁ ଥିବା ୨୪ ବର୍ଷର ସରକାରଙ୍କୁ କଟାକ୍ଷ କରିଥିଲେ। ଏହା ବ୍ଯତୀତ ପୂର୍ବ ସରକାରୀ ଜୟପୁର ଠାରୁ ମାଲକାନଗିରି ଜିଲ୍ଲା କୁ ରେଳପଥ ସଂଯୋଗିକରଣ ପାଇଁ ଛଞ୍ଚେ ମଧ୍ୟ ଜମି ଅଧିଗ୍ରହଣ କରି ନଥିବା ମାଲ୍ଯବନ୍ତ ମହୋତ୍ସବ ରେ ପ୍ରକାଶ କରିଥିଲେ। ବର୍ତ୍ତମାନ ର ଡବଲ୍ ଇଞ୍ଜିନ ସରକାର ତାହା କରିଦେଖାଇବ। ବର୍ତ୍ତମାନ ଜୟପୁରକୁ ମାଲକାନଗିରି ରେଳ ସଂଯୋଗିକରଣ ହେବ। ଏହା ବ୍ଯତୀତ ମାଲକାନଗିରି ଠାରୁ ଭଦ୍ରଞ୍ଚଳକୁ ମଧ୍ୟ ରେଳ ସଂଯୋଗିକରଣ ହେବ ବୋଲି ସେ ଘୋଷଣା କରିଥିଲେ।ସୁଭଦ୍ରା ଯୋଜନା ମହିଳାମାନଙ୍କୁ ଆର୍ଥକ ସହାୟତା ପ୍ରଦାନ କରାଯାଉଛି, ସେମାନ ଆର୍ଥିକ ବିକାଶ ପାଇଁ। ଏହା ଋଣ ନୁହେଁ, ଯାହାକୁ କି ମହିଳାମାନେ ଫେରସ୍ତ କରିବେ । ଅତି ଚଞ୍ଚଳ ବିଇଡି କଲେଜ ରେ ପ୍ରଶିକ୍ଷଣ ପାଠ୍ୟକ୍ରମ ଚାଲିବ ବୋଲି ସେ ଦୃଢୋକ୍ତି ପ୍ରଦାନ କରିଥିଲେ। କୃଷକମାନଙ୍କୁ ଏମଏସପି ପ୍ରଦାନ ସହ ଚାଷର ଉନ୍ନତି କରଣ, ସପ୍ତ ଧାରା ଠାରେ ଡ୍ଯାମ ନିର୍ମାଣ, ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ୍ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
ଏହା ଛଡା ୨୪୫ କୋଟି ଟଙ୍କାର ୮୮ ପ୍ରକଳ୍ପ କୁ ଉଦଘାଟନ କରିଥିଲେ। ଯେଉଁଥିରେ ଶଡକ, ବିଜୁଳି,ବ୍ରିଜ୍, ହଷ୍ଟେଲ, ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ହୋଇ ବିକାଶ ଆଉ ଏକ ଫର୍ଦ୍ଦ ଯୋଡି ହେବ ବୋଲି ମତ ବିନ୍ଯାସ କରିଥିଲେ। ଦକ୍ଷିଣ ଓଡ଼ିଶା
ବିକାଶ ପରିଷଦ ବର୍ତ୍ତମାନ ଗଠନ କରା ଯାଇଅଛି, ଯାହାର ଅଧ୍ୟକ୍ଷ ବର୍ତ୍ତମାନ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରହିଛନ୍ତି। ଏହାର ମାଧ୍ୟମରେ ଦକ୍ଷିଣ ଓଡ଼ିଶାର ସର୍ବାଙ୍ଗ ଉନ୍ନତି କରାଯାଇ ପାରିବ ସେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ କହିଲେ ଯେ ମାଲ୍ଯବନ୍ତ ମହୋତ୍ସବ ୨୦୦୩ ମସିହାରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି ମୁଖ୍ୟମନ୍ତ୍ରୀ ଉଦ୍ଘାଟନ ପାଇଁ ଆସି ନାହାନ୍ତି, ପ୍ରଥମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ସେ ଏଠାରେ ରାତ୍ରି ଯାପନ କରିବେ। ସକାଳେ ସାଧାରଣ ଲୋକଙ୍କ ଗ୍ରିଭେନ୍ସ ଶୁଣିବେ ଏବଂ ଜିଲ୍ଲା ବିକାଶ ପାଇଁ ସମୀକ୍ଷା ବୈଠକ କରିବେ, ଯାହାକି ଆମ ପାଇଁ ଗର୍ବ ଓ ଗୈାରବ ର ବିଷୟ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟ ମଞ୍ଚାସୀନ ଅତିଥିମାନେ କଳ ଓ ସଂସ୍କୃତି ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।ଆଜି ସକାଳେ ଜଗନ୍ନାଥ ମନ୍ଦିରରେ ରହିଥିବା ଜଳ କଳସୀକୁ ମହିଳାମାନେ ମୁଣ୍ଡରେ ଧାରଣ କରି ମାଲ୍ଯବନ୍ତ
ମହୋତ୍ସବର ମୁକ୍ତ ରଙ୍ଗମଞ୍ଚକୁ ଏକ ବିରାଟ ଶୋଭା ଯାତ୍ରାରେ
ନେଇ ସ୍ଥାପନ କରିଥିଲେ। ଏଥିରେ ବହୁ କଲେଜ ଛାତ୍ର ଛାତ୍ରୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ବିଭିନ୍ନ ନୃତ୍ୟ ଦଳ
ଅଂଶ ଗ୍ରହଣ କରିଥଲେ।ବାଣ ଐ ବାଦ୍ୟ ନାଦରେ ଗଗନ ପବନ ମୁଖରିତ ହୋଇଥିଲା । ଦଣ୍ଡକାରଣ୍ୟ ପଡ଼ିଆରେ ବିଭିନ୍ନ ଷ୍ଟିଲ ଗୁଡ଼ିକ ଖୋଲା ଯାଇଛି। ଯେ ଯାହାର ମନ ପସନ୍ଦର ଉପକରଣ
କ୍ରୟ କରିପାରିବେ। ପ୍ରଥମ ଥର ଲାଗି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବା ଯୋଗୁଁ ସାଜସଜା ଅତି ଚମତ୍କାର ହୋଇଛି। ରଙ୍ଗୀନ ଆଲୋକ ମାତ୍ରାରେ ପଥ ପ୍ରାନ୍ତ
ସୌନ୍ଦର୍ଯ୍ୟମୟ ଦେଖାଯାଉଛି। ପରିମଳକୁ ଅଧିକ ଗୁରୁତ୍ବ ଦିଆଯାଇଛି। କାନ୍ଥ ଚିତ୍ରରେ ଆଦିବାସୀ ସଂପ୍ରଦାୟର ନୃତ୍ୟ
ବାଦ୍ୟ କୁ ସୁନ୍ଦର ଭାବେ ଚିତ୍ରିତ କରା ଯାଇଅଛି। ମାଲବ୍ୟନ୍ତ ରଙ୍ଗ ମଞ୍ଚର ସମ୍ମୁଖରେ ଆଦିବାସୀ କୁଟୀର ର ନିର୍ମାଣ କରାଯାଇଛି, ଯାହାକି ଚଳିତ ବର୍ଷର ଭିନ୍ନ ଏକ ଆକର୍ଷଣ ।
ଏହି କୁଟୀର ସମ୍ମୁଖରେ ଦଣ୍ଡାୟମାନ ହୋଇ ବହୁ ଦର୍ଶକ
ମୋବାଇଲରେ ଫଟୋ ବା ସେଲଫି ଉଠାଉଥିବା ଦେଖା ଯାଉଛି। ଚଳିତ ବର୍ଷ ମାଲବ୍ୟନ୍ତ ମହୋତ୍ସବ ପାଇଁ ପଡିଆକୁ ପ୍ରଶସ୍ତ କରାଯାଇଛି। ୨୦୨୨ ମାଲ୍ଯବନ୍ତ ମହୋତ୍ସବରେ ହଜାର ହଜାର ଦର୍ଶକମାନଙ୍କ ଭିଡ ଯୋଗୁଁ ଦଳାଚକଟା ହୋଇ ଥିଲା।
ତେଣୁ ୨୦୨୩ ମାଲବନ୍ତ ମହୋତ୍ସବ ନୂତନ ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ପୁନଶ୍ଚ ଚଳିତ ମାଲ୍ଯବନ୍ତ ମହୋତ୍ସବ ଡିଏନଏକେ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି।
ଏଥିର ପଡିଆକୁ ସଂପ୍ରସାରଣ କରା ଯାଇଥିବାରୁ ଭିଡ ହେବା ର ସମ୍ଭାବନା ନିୟନ୍ତ୍ରିତ କରାଯାଇ ପାରିବ।
ଆଜି ର ସାଂସ୍କୃତିକ ସନ୍ଧ୍ୟାରେ ବଣ୍ଡା ନୃତ୍ୟ,କଲରାପାୟଟୁ ନୃତ୍ୟ,ଢେମସା ନୃତ୍ୟ, କୋୟା ନୃତ୍ୟ,ଗୋଟିପୁଅ ନୃତ୍ୟ,ବିହୁ ନୃତ୍ୟ ପରିବେଷଣ ହେବ। ସେହି ପରି ଆସନ୍ତା ୧୪ ତାରିଖରେ ମାଲଖାମ୍ ନୃତ୍ୟ,ଲାଭଣୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ପୁରୁଲିଆ ଛଉ ନୃତ୍ୟ,ଶ୍ରୀଲଙ୍କାର ଡ୍ଯାନସ ଏକାଡେମୀ ପରିବେଷଣ ହେବ।୧୫ ତାରିଖରେ ଘୁମୁର ନୃତ୍ୟ,ସିଗ୍ନେଚର ବ୍ଯାଣ୍ଡ ମଞ୍ଚିସୀନ ହେବ।୧୬ ତାରିଖ ରେ ଶ୍ରୀତମ ସାମନ୍ତରାୟ ଙ୍କ ଦେଶିଆ ନାଇଟ ୧୭ ତାରିଖରେ ସମ୍ବଲପୁରୀ ନାଇଟ୍ ପରିବେଷଣ ହେବ। ଏହା ବ୍ଯତୀତ ପଲ୍ଲୀଶ୍ରୀ ମେଳାରେ ବିଭିନ୍ନ ପ୍ରକାର ଷ୍ଟଲ ଖୋଲା ଯାଇ କ୍ରୟ ବିକ୍ରୟ ଗହଳ ଚହଳ ଜାରି ରହିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.