ଆଜି ପଖାଳ ଦିବସ ରେ କୁଡିଆଘର ଠାରୁ ହୋଟେଲ ପର୍ଯ୍ୟନ୍ତ ଜମିଛି ପଖାଳ ଆସର।

0 66

ବୋଲଗଡ଼,୨୦/୦୩(ପିପିଟି):ଓଡିଆଙ୍କ ଜନ ଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୂରାତନ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ। ଆମ ଓଡ଼ିଶା ର ଗ୍ରାମାଞ୍ଚଳରେ ଶୀତଦିନେ ପଖାଳ ଖାଇବା ନିଆରା ଅଟେ, ଶୀତୁଆ ସକାଳର ଖରାକୁ ପିଠି କରି ଚୁଲିନିଆଁରେ କଣ ଟିକିଏ ପୋଡା ପୋଡି କରି ଦେଇ ପିଆଜ, କଞ୍ଚାଲଙ୍କା ଓ ଲୁଣ ଚକଟା ଚକଟି ଖାଇଥାନ୍ତି। କେଉଁ ଆବାହନ ସମୟରୁ ମହା ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ପଖାଳ ଭୋଗ। ଗରିବ ହେଉ କିମ୍ବା ଧନୀ ହେଉ ପଖାଳ ପ୍ରତି ସମସ୍ତ ଙ୍କ ମନରେ ଉତ୍କଣ୍ଠା ରହିଥାଏ।

କିଛି ବର୍ଷ ହେବ ମାର୍ଚ୍ଚ ୨୦ରେ ଆମ ରାଜ୍ୟରେ ପଖାଳ ଦିବସ ପାଳିତ ହୋଇ ଆସୁଅଛି। ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ପ୍ରାୟ ସମସ୍ତଙ୍କ ଘରେ ପଖାଳ ପ୍ରସ୍ତୁତ ହେଉଥିଲେ ହେଁ ଆଜି ଦିନରେ ପଖାଳର ସ୍ୱତନ୍ତ୍ର ଆୟୋଜନ ହୋଇଥାଏ। ଆଜି ଗ୍ରାମାଞ୍ଚଳ ଠାରୁ ହୋଟେଲ୍, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ କରୁଛନ୍ତି।

ଏହି ପଖାଳ ପାଇଁ ଓଡିଆ ରେ ମଧ୍ୟ ଗୋଟିଏ ପ୍ରବାଦ ଅଛି ତହା ହେଲା ଚାଷୀ ଭାଇ କୁହେ ପଖାଳ ଖାଇଲେ ବଳ ଆସେ, ଅଳସୁଆ କହେ ପଖାଳ ଖାଇଲେ ନିଦ ଆସେ, ଅହଂକାରୀ କହେ ପଖାଳ ଗରିବଙ୍କ ଖାଦ୍ୟ ମଧ୍ୟମରେ ଆସେ, ଧନୀ ୟାକୁ ଡାଇନିଂ ଟେବୁଲ ରେ ଖାଇବସେ, କିନ୍ତୁ ଡାକ୍ତର କୁହନ୍ତି ପଖାଳର ପୋଷଣ ଆସେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.