ଆଜିବି ବଞ୍ଚିଛି ଲୋକକଳା ଦାସକାଠିଆ ବା ରାମତାଳି।

0 229

ବୋଲଗଡ଼,୧୩/୦୩(ପିପିଟି):ସମୟଥିଲା ଦାସକାଠିଆ ଦେଖିବା ପାଇଁ ଲୋକମାନଙ୍କର ଆଗ୍ରହ ଥିଲା। ଜଣେ ଗାୟକ ଓ ଜଣେ ପାଳିଆ ଏବଂ ଦୁଇଟି ଛୋଟିଆ କାଠରେ ପ୍ରସ୍ତୁତ ବାଦ୍ୟଯନ୍ତ୍ର ବଜାଇ ପୌରାଣିକ କଥାବସ୍ତୁ, ଶିକ୍ଷଣୀୟ ଲୋକ କଥା ଓ ହାସ୍ୟାତ୍ମକ କଥା ଉପରେ ଦର୍ଶକ ମାନଙ୍କ ପାଖରେ ପରିବେଷଣ କରିଥାନ୍ତି। ଯାହାକି ଦାଶକାଠିଆ ମାଧ୍ୟମରେ ଦର୍ଶକ ମାନଙ୍କର ଭରପୁର ମନୋରଞ୍ଜନ ଯୋଗାଉଥିଲା ।

ବର୍ତ୍ତମାନ ଆଧୁନିକତାର ପ୍ରଭାବରେ ଏହି ଲୋକକଳାର ଚାହିଦା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ତଥାପି କିଛି ପାରମ୍ପରିକ କଳାପ୍ରେମୀ ଓ କଳାକାର ଦାସକାଠିଆକୁ ବଞ୍ଚାଇ ରଖିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ପୁରାଣ କଥାବସ୍ତୁ ଓ ଶିକ୍ଷଣୀୟ ଲୋକକଥା ଉପରେ ଦର୍ଶକ ମାନଙ୍କର ଆଗ୍ରହ ନାହିଁ କହିଲେ ଚଳେ। ଏହି ଦାସକାଠିଆକୁ କିଛି କଳାପ୍ରେମୀ ଓ କଳାକାର ମାନେ ବଞ୍ଚାଇ ରଖିଛନ୍ତି। ପ୍ରୋତ୍ସାହନ ଅଭାବରୁ ଏହି ଲୋକ କଳା ଦାସକାଠିଆ ଆଗକୁ ବଢିନପାରି ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛି। ଦାସକାଠିଆ କଳାକାର ମାନଙ୍କର ପେଟପାଟଣାକୁ ଦୃଷ୍ଟି ଦେଲେ ଏହି ଲୋକ କଳା ବଞ୍ଚିରହିବ ବୋଲି କହିଛନ୍ତି ଦାସକାଠିଆ ପରିବେଷଣ କରୁଥିବା ଗାୟକ ସତ୍ୟନାରାୟଣ ବାରିକ ଓ ପାଳିଆ ନବ କିଶୋର ବାରିକ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

Leave A Reply

Your email address will not be published.