ଆଜିଠାରୁ ଆରମ୍ଭ ହେଲା ସୁବର୍ଣ୍ଣ ଲୋକ ମହୋତ୍ସବ ।

0 211

ସୁବର୍ଣ୍ଣପୁର ,୦୬/୦୧(ପିପିଟି) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କୁ ଆବାହନ କରି ମହୋତ୍ସବ ପଡ଼ିଆ ରେ ମା ଙ୍କୁ ସ୍ଥାପନା କରାଯାଇ ମଞ୍ଚ ପୂଜା କରାଯାଇଛି । ମା ଙ୍କ ଆବାହନ ପରେ ସକାଳ ୧୧ ଟା ରେ ସ୍ଥାନୀୟ ରୟାଲ ପଡ଼ିଆ ଠାରୁ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ଆସିଥିବା ହଜାର ହଜାର କଳାକାର ଙ୍କ ଗୀତ ନାଚ ସହ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହି ସାଂସ୍କୃତିକ ଓ ମଶାଲ ଶୋଭାଯାତ୍ରା କୁ ରାଜ୍ୟ ପଞ୍ଚାୟତି ରାଜ୍ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲାପାଳ ଅନ୍ୟା ଦାସ, ଏଡିଏମ୍ ରାଜେନ୍ଦ୍ର ମାଝୀ, ଏଡିଏମ୍ ଅଞ୍ଜଳୀନା ପଧାନ ଯୋଗ ଦେଇ ଶୋଭାଯାତ୍ରାରେ ରେ ସାମିଲ୍ ଥିଲେ । କଳାକାର ଙ୍କ ବିଶାଳ ଶୋଭାଯାତ୍ରା ଓ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଜି ଦୁଲକି ଉଠିଥିଲା ସୁବର୍ଣ୍ଣପୁର ସହର ଓ ମହୋତ୍ସବ ପଡ଼ିଆ ରାମେଶ୍ବର ଷ୍ଟାଡିୟମ୍ । ରାମେଶ୍ଵର ଷ୍ଟାଡିୟମରେ ରେ ମଶାଲ ଶୋଭାଯାତ୍ରା ପହଁଚିବା ପରେ ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚ ରେ ମା ସୁରେଶ୍ଵରୀ ଙ୍କୁ ପୁଜା ସହ ମଞ୍ଚ ପୂଜା ଅନୁଷ୍ଟିତ ହୋଇଥିଲା ।  ମୁଖ୍ୟ ଅତିଥି ଭାବରେ ଏଥିରେ ବୀର ମହାରାଜ ପୁର ବିଧାୟକ ରଘୁନାଥ ଜଗଦଲା ଯୋଗ ଦେଇ ଥିବା ବେଳେ ଏସପି ଶ୍ରୀ ରାମ ପ୍ରାସାଦ ସାହୁ, ଜିଲ୍ଲା ପରିଷଦ ସି ଡି ଇ ଓ ଶ୍ରୀ ଅଶ୍ଵିନୀ ମେହେର, ଅତିରିକ୍ତ ସି ଡି ଇ ଓ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ବିଜେପି ସଭାପତି ପ୍ରମୋଦ ମହାପାତ୍ର ଯୋଗ ଦେଇ ସୁବର୍ଣ୍ଣପୁର ର କଳା ସଂସ୍କୃତି ଐତିହ ଉଚ୍ଚ କୋଟୀର ବୋଲି କଳାକାର ଙ୍କୁ ସମସ୍ତ ଅତିଥି ଉତ୍ସାହିତ କରିଥିଲେ । ଓ ଏ ଦିଗରେ ଆହୁରି ସଫଳତା ଅର୍ଜନ କରି ଏ ମାଟିର ଗୌରବ ବଢ଼ାଇବାକୁ ପ୍ରେରଣା ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନୀ କୁମାର୍ ଭୋଇ, ସାମ୍ୱାଦିକ ମାନ ଭଞ୍ଜନ ମିଶ୍ର, ସଂସ୍କୃତି ବିଭାଗ ର ଦୁଃଖୀଶ୍ୟାମ ସେଠି ସମସ୍ତ କାର୍ଯ୍ଯ କ୍ରମ କୁ ସଂଯୋଜନା କରିଥିବା ବେଳେ ବିଭାଗ ର ନିରାକାର ଦେହୁରି, କାହୁଁ ମେହେର, ସମାଜସେବୀ ଲଡୁ କିଶୋର ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ସମସ୍ତ ବିଭାଗ କର୍ମଚାରୀ ସହଯୋଗ କରିଥିଲେ । ଚଳିତ ବର୍ଷ ସୁବର୍ଣ୍ଣପୁର ଲୋକ ମହୋତ୍ସବ କୁ ରଙ୍ଗା ରଙ୍ଗ ଓ ଖୁବ୍ ଆକର୍ଷଣୀୟ ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଉତ୍ସାହ ର ସହ କାର୍ଯ୍ଯ କରୁଥିବା ଜଣା ପଡ଼ିଛି । ପ୍ରକାଶ ଥାଉ କି ସୁବର୍ଣ୍ଣପୁର ର କଳା, ସଂସ୍କୃତି, ପର୍ଯ୍ୟଟନ, ଐତିହ୍ୟ ଓ ବିକାଶ ଧାରାର ବାର୍ତାବହ ୩୧ତମ ସୁବର୍ଣ୍ଣ ଲୋକ ମହୋତ୍ସବ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଏବଂ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଧୁମ ଧାମ ରେ ପାଳନ ହେବ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.