ଆକାଶଙ୍କ ମାରାଥନ୍ ଶିଳାନ୍ୟାସ ।

0 145

ଯାଜପୁର,୦୧/୧୧(ପିପିଟି): ଶନିବାର କୋରେଇ ବ୍ଲକ୍ ଅର୍ନ୍ତଗତ ମୁଳାପାଳ ଗ୍ରାମ ପଞ୍ଚାୟତ ଲିଙ୍ଗେଶ୍ୱର ବନ୍ଧ ଠାରୁ ସରସଦା ଗଡା ପର୍ଯ୍ୟନ୍ତ କୋରେଇର ବିଧାୟକ ଆକାଶ ଦାସନାୟକଙ୍କୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ କର୍ମୀମାନେ ଶିଳାନ୍ୟାସ ସ୍ଥଳୀକୁ ପାଛୋଟି ନେଇଥିଲେ । ସକାଳ ୧୧ ଘଟିକା ସମୟରେ ବିଧାୟକ ଶ୍ରୀ ଦାସନାୟକ ସରସଦା ଗଡା ନିକଟରେ ପହଂଚି ବରୁଣ୍ଡେଇ ଠାରୁ ବନ୍ଦାଳୋ, ସରସଦା ଠାରୁ ବନ୍ଦାଳ, ଖିରୋ ଠାରୁ ସରସଦା, ବେଲଗଡିଆ ଠାରୁ ଧନତ୍ରୀ, ୩ଏ ଏମ୍ବାକ୍‌ମେଂଟ୍ ଠାରୁ ସଠିପୁର, ବୈତରଣୀ ଆର୍‌ ଏଣ୍ଡ୍‌ ବି ରାସ୍ତା ଭାୟା ରାଣିଗୋଡା ରାସ୍ତାର ଶିଳାନ୍ୟାସ କରିଥିଲେ । ଏହିସବୁ ରାସ୍ତାର ଉନ୍ନତିକରଣ ନିମନ୍ତେ ଓଡିଶା ସରକାରଙ୍କ ପୂର୍ତ ବିଭାଗ ତରଫରୁ ୩୭ କୋଟି ଟଙ୍କା ଅର୍ଥ ବ୍ୟୟ ବରାଦ ହୋଇଅଛି । ଏହି ରାସ୍ତାର ଉନ୍ନତିକରଣ ହେବା ଦ୍ୱାରା କରଦା,ମୁଳାପାଳ, ବନ୍ଦାଳ ଓ ଅମୃତିଆ ଗ୍ରାମପଞ୍ଚାୟତର ଗମନାଗମନର ସୁଦୃଢିକରଣ ହୋଇପାରିବ । ଏହି ପ୍ରକଳ୍ପ କୋରେଇ ବ୍ଲକ୍‌ର ଗମନାଗମନରେ ଏକ ମାଇଲଖୁଣ୍ଟ ହୋଇ ଛିଡାହୋଇ ରହିବ । ଏହି ଚାରିଗୋଟି ପଞ୍ଚାୟତର ଜନସାଧାରଣ ବୁହତ ଖୁସି ଥିବାର ଅନୁମାନ କରାଯାଇଛି । କୋରେଇ ବ୍ଲକର ଗମନାଗମନ ବିକାଶରେ ଆଜି ଏକ ନୁତନ ଫର୍ଦ୍ଦ ଯୋଡି ହୋଇଥିଲା । ବିଧାୟକ ଆକାଶ ଦାସନାୟକଙ୍କ ଏହି ପ୍ରଚେଷ୍ଟାକୁ କୋରେଇ ବ୍ଲକ୍‌ର ଜନସାଧାରଣ ଭୂୟସୀ ପ୍ରଂଶସା କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସନାୟକ କହିଥିଲେ ଆଗାମୀ ଦିନରେ କୋରେଇର ସମସ୍ତ ରାସ୍ତାଗୁଡିକୁ ସୁଦୃଢୀକରଣ କରାଯିବାର ବ୍ୟବସ୍ଥା କରାଯାଉଅଛି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ସମସ୍ତ ପଦାଧିକାରୀଙ୍କ ସମେତ ରାଜକିଶୋର ବେହେରା, ସଭାପତି ମୂଳାପାଳ ଗ୍ରାମପଂଚାୟତ,ସଞ୍ଜିବ କୁମାର ନାୟକ, ବିଦ୍ୟାଧର ସାହୁ,ବିମ୍ବାଧର ସାହୁ,ପ୍ରତାପ ମଲ୍ଲିକ,ଅଶୋକ ନାୟକ, ରାଧାକାନ୍ତ ବେହେରା,ପରମାନନ୍ଦ ଦତ୍ତ, ମନ୍ଧେକ୍ସ ନାୟକ,ଗଗନ ନାୟକ,ଶରତ ଚନ୍ଦ୍ର ଜେନା,ରାଜକିଶୋର ସାହୁ,ପପୁ ପଣ୍ଡା,ପ୍ରକାଶ ଧଳ,ବିଷ୍ଣୁଚରଣ ରଥ (ସରପଞ୍ଚ ବନ୍ଦାଳ ଗ୍ରା:ପ),ପ୍ରକାଶ ସାହୁ, ଉଦୟ ପରିଡା, ରଶ୍ମୀରଞ୍ଜନ ପରିଡା (ସମିତି ସଭ୍ୟ ବରୁଣ୍ଡେଇ ଗ୍ରା:ପ), ଜୟନ୍ତୀ ସାହୁ,ଆଲୋକ ମଲ୍ଲିକ (ବରୁଣ୍ଡେଇ ମଣ୍ଡଳ ସଭାପତି),ଭାସ୍କର ସାହୁ (ଖରସ୍ରୋତା ମଣ୍ଡଳ ସଭାପତି), ରାକେଶ ଜେନା (ବ୍ରାହ୍ମଣୀ ମଣ୍ଡଳ ସଭାପତି), ଏସ୍‌.କେ. ଜହର ଅଲ୍ଲୀ, ପ୍ରମୋଦ କୁମାର ସାହୁ (ସାଂସଦ ପ୍ରତିନିଧି), ଅଶୋକ ବାରିକ,ଚିନ୍ତାମଣୀ ରାଉତ, ଅଜୟ ସାହୁ,ମନୋଜ ପାଢୀ, ଦୀପ୍ତିମୟୀ କୁଅଁର, ସତ୍ୟାନନ୍ଦ ମହାପାତ୍ର (ସରପଂଚ ଗୌରପୁର ଗ୍ରା:ପ), ପଦ୍ମାବତୀ ପଣ୍ଡା (ସରପଞ୍ଚ ପାଣିକୋଇଲି ଗ୍ରା:ପ),କାର୍ତିକ ସାହୁ,ସୁବାସ ପଣ୍ଡା, ଆଶୁତୋଷ ମହାପାତ୍ର,ନକୁଳ ସାମନ୍ତରାୟ,ଗୋକୁଳାନନ୍ଦ ସାହୁ,ପ୍ରତାପ ଖଣ୍ଡାଇ,ସୁବ୍ରତ ସେଠୀ, ଲକ୍ଷ୍ମୀଧର କରଣ,ସତ୍ୟଜିତ୍ ପଟ୍ଟନାୟକ,ରଞ୍ଜନ ପରିଡା,ରବିନ୍ଦ୍ର ବେହେରା (ସରପଞ୍ଚ ସାଦକପୁର ଗ୍ରା:ପ), ମନ୍ମଥ ଜେନା, ଧନେଶ୍ୱର ବାରିକ,ପ୍ରୀତିରଞ୍ଜନ ସାହୁ,ଚନ୍ଦନ ଖିଲାର,ରବିନ୍ଦ୍ର ଗାହାଣ,ଅମରେଶ ପଟ୍ଟନାୟକ, ରମେଶ ସାହୁ, ଯତିନ୍ ଦାସ, ନୀଳମଣି ସିଂ,ରମେଶ ଭୂୟାଁ, ଗୟାଧର ସେଠୀ,ଜଗବନ୍ଧୁ ଜେନା, ପ୍ରହଲ୍ଲାଦ ଜେନା,ସରୋଜ ନାୟକ, ଦାମୋଦର ଖଣ୍ଡେଇ,ଜନ୍ମେଜୟ ସାହୁ, ପ୍ରକାଶ ସାହୁ,ବିଜୟ ଦତ,ବସନ୍ତ କର, ହିଂମାଶୁ ପାଢୀ,ବୀରକିଶୋର ଦାସ, ସୀତାକାନ୍ତ କୁଅଁର,ରଞ୍ଜନ ମହାନ୍ତି, ପ୍ରମେଶ ମହାକୁଡ,ପ୍ରଫୁଲ୍ଲ ମାଝୀ, କୁଳମଣୀ ଦାସ,ପ୍ରଦୀପ ରାଉତରାୟ, ଗୟାଧର ପରିଡା,ସନ୍ତୋଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.