ଯାଜପୁର,୧୪/୧୧(ପିପିଟି):ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୈଉରାଜଜ୍ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଜମଧର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରାଧିକରଣ ସଚୀବ ଜ୍ୟୋତିର୍ମୟୀଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇ ଯାଇଛି । ଏଥିରେ ଅତିଥି ଭାବେ ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି,ଡିଏସପି ସବିତା ମାଝି,ଡିସିପିଓ ନିରଞ୍ଜନ କର ପ୍ରମୁଖ ଯୋଗ ଦେଇ ଶିଶୁ ଦିବସର ମହତ୍ତ୍ଵ, ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ଶିଶୁ ଦିବସର ସମ୍ପର୍କ ବିଷୟରେ ବର୍ଣ୍ଣନା କରିଥିଲେ । ଶିଶୁ ଅମୃତ ହେଉଛି ସନ୍ତାନ । ପରିବାର ସମାଜ ଓ ରାଷ୍ଟ୍ରର ଭବିଷ୍ୟତ ଓ ନିର୍ଭର ଯୋଗ୍ୟ ଭରସା କହିଲେ ଶିଶୁ ମାନଙ୍କୁ ହିଁ ବୁଝାଏ ବୋଲି ଆଲୋଚନାରୁ ମତ ପ୍ରକାଶ ପାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗୀତା ହୋଇଥିଲା ଏଥିରେ ଦେବସ୍ମିତା ରଣା ପ୍ରଥମ,ଶୁଭସ୍ମିତା ସେଠୀ ଦ୍ଵିତୀୟ,ବେଵି ରଣା ତୃତୀୟ ହୋଇ ପ୍ରାଧିକରଣ ଦ୍ଵାରା ପୁରସ୍କାର ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲକ ଚରଣ ସାହୁ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଵା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣର କର୍ମଚାରୀ ଏବଂ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଵୃନ୍ଦ ସହଯୋଗ କରିଥିଲେ ।