ମାଲକାନଗିରି,୨୨/୧୨(ପିପିଟି) :ମାଲକାନଗିରି ସଦର ମହକୁମା ସ୍ଥିତ ଆଇଏମଏସଟି ହାଇସ୍କୁଲ ପ୍ରାଙ୍ଗଣରେ ୪୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉପ- ଜିଲ୍ଲାପାଳ ଦୁର୍ଯୋଧନ ଭୋଇ , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ,ଆଇଏମଏସଟି ଓଡ଼ିଶା ଓ ଛତିଶଗଡ଼ ଫିଲ୍ଡ କୋଅର୍ଡିନେଟର ଶିବରାଜ, ପ୍ରିନ୍ସପାଲ ଶଶିକଳା ଏବଂ ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ କିର୍ତ୍ତନୀୟା ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଭୋଇ କହିଲେ ଯେ, ଛାତ୍ରଛାତ୍ରୀମାନେ ପାଠ ପ୍ରତି ଅଧିକ ଧ୍ୟାନ ଦେବା,ଉତ୍ତମ ଚରିତ୍ର ଗଠନ ପାଇଁ ଯତ୍ନବାନ ହେବା,ଗୁରୁଜନ ମାନଙ୍କୁ ସମ୍ମାନ ପ୍ରଦର୍ଶିନ କରିବା ସହିତ, ଭବିଷ୍ୟତରେ ଉତ୍ତମ ନାଗରିକ ହୋଇ ଦେଶକୁ ଉନ୍ନତି ପଥରେ ଆଗେଇ ନେବାପାଇଁ ଉଦବୋଧନ ଦେଇଥିଲେ। ଶ୍ରୀ ଭୋଇ ଗଳ୍ପ ମାଧ୍ୟମରେ ବିଭିନ୍ନ ମହାପୁରୁଷଙ୍କ ଜୀବନୀ ଏବଂ ସେମାନଙ୍କ ସଫଳତା ପଛରେ ଥିବା କାହାଣୀ ଗୁଡ଼ିକର ଉଦାହରଣ ଦେଇ, ସେମାନଙ୍କ ଜୀବନୀ ଠାରୁ ଶିକ୍ଷା ଲାଭ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ପ୍ରକାର ଆଧୁନିକ ସରଞ୍ଜାମରେ ସଜ୍ଜିତ ଏବଂ ସୁବିଧା ବିଶିଷ୍ଟ ଏହି ବିଦ୍ୟାଳୟ ଦୀର୍ଘ ୪୯ ବର୍ଷ ଧରି ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଏବଂ ଗୁଣାତ୍ମକ ଶିକ୍ଷାଦାନ କରି ଆସୁଛି । ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରୁ ଶିକ୍ଷା ଲାଭ କରି,ଦେଶ ବିଦେଶରେ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହୋଇ, ଓଡ଼ିଶା ତଥା ଦେଶର ନାଁ ଉଜ୍ଜ୍ୱଳ କରି ଆସୁଥିବାରୁ ଶ୍ରୀ ତପନ ନାରାୟଣ ରଥ ମତବ୍ୟକ୍ତ କରିଥିଲେ। ଏଥିସହିତ ଦୀର୍ଘ ୪୯ ବର୍ଷ ପୂର୍ବେ ୧୯୭୬ ମସିହାରେ ପଲ ଜୟରାଜ ନାମକ ଯାଜକ ଏହି ବିଦ୍ୟାଳୟକୁ ପ୍ରତିଷ୍ଠା କରିବା ପାଇଁ ଏହି ବଣଜଙ୍ଗଲ ପରିବେଷ୍ଟିତ ଦୁର୍ଗମ ଏବଂ ଉପାନ୍ତ ଜିଲ୍ଲାକୁ ବାଛିନେଇଥିଲେ, ଯାହାକି ପ୍ରଶଂସନୀୟ।ଏହା ପରେ ଅତିଥିମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିସହିତ ଏହି ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ଯଥାକ୍ରମେ ଶ୍ରୀମତୀ ପୁଷ୍ପାମଞ୍ଜରୀ ଦେବୀ,ଶିବ ପ୍ରସାଦ କିର୍ତ୍ତନୀୟା,ସୁବାସ ଭଟ୍ଟାଚାର୍ଯ୍ୟ,ବିଜୟ କୁମାର ପୁହାଣ,ଏମ ନନ୍ଦିନୀ ଏବଂ ପ୍ରଶାନ୍ତ ସତପଥିଙ୍କୁ ଅତିଥି ମାନଙ୍କ ଦ୍ଵାରା ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସିବିଏସ ଇ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ମୁଖ୍ୟ ଆଇ,ଜେବା ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ନର୍ସରୀ ଠାରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଓଡ଼ିଶୀ ସହିତ,ଆମ୍ବ୍ରେଲା ଡାନ୍ସ,ଜିଙ୍ଗଲ ଡାନ୍ସ,କୋରାପୁଟିଆ, ତାମିଲନାଡୁ, ଆସାମ , ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନର ଲୋକନୃତ୍ୟ, ଦେଶାତ୍ମବୋଧକ ନୃତ୍ୟ, ସଙ୍ଗୀତ, ନାଟକ ଏବଂ ସ୍କିଟ ମାଧ୍ୟମରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ବିଜ୍ଞାନ ଶିକ୍ଷକ ମେଶକ ରାଜାୟା ଏବଂ ଶିକ୍ଷୟିତ୍ରୀ ନିବେଦିତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର କରା ତୟାଲୁ, ସୁମିତ୍ରା ମୁର୍ମୁ, ନିରୁପମା ସାନ୍ତପାତ୍ର, ସୁଜାତା ଡାକୁଆ, ଶୋଭା, ହେଲେନ, ମିସ୍ ସନ୍ତୋଷିନୀ, ଅଜିତ ଖୋସଲା, ସୁନ୍ଦର କୁମାର, ଅନୀଲ ତେଲଗିରି,ଭୁବନ ଦାସ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ସର୍ବଶେଷରେ ସ୍କୁଲର ଭାଇସ ପ୍ରିନ୍ସିପାଲ ସୁଧାମଣି ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)