ଅସ୍ଥାୟୀ ଜେଇଙ୍କ ପାଇଁ ହେଉଛି ନିମ୍ନ ମାନର କାର୍ଯ୍ଯ ।

0 243

ବ୍ରହ୍ମପୁର,୧୮/୦୨(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ରେ ଅସ୍ଥାୟୀ ଜେଇଙ୍କ ଦ୍ୱାରା ଚାଲିଛି ନିମ୍ନ ମାନର ଉନ୍ନୟନ କାର୍ଯ୍ଯ । ତଦାରଖ କରିବା ପାଇଁ କେହି ନାହାଁନ୍ତି,ଯାହାର ଫାଇଦା ନେଉଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ । ଆମେ ଏଥି ପାଇଁ କହୁଛୁକି ପ୍ରାୟ ଅଢେ଼ଇ ମାସ ହେବ କୋଦଳା ଏନ୍ଏସିର ଜେଇ ଦୀପିକା ବେହେରାଙ୍କୁ ପୋଲସରା ବଦଳି ହୋଇଗଲାପରେ ଖଲିକୋଟର ଜେଇ ଜିତେନ୍ଦ୍ର ଜେନାକୁ ଡେପୁଟେସନରେ କୋଦଳା ଏନ୍ଏସିକୁ ଦୁଇ ଦିନ ପାଇଁ କାର୍ଯ୍ୟ କରିବା ପାଇଁ ପିଡି ଦୁଡା ଅଡର କଲେ ତା ସହ ଚିଠି ନମ୍ବର ୧୫୮୭ ତା ୨୧/୦୭/୨୦୨୩ରେ ବେଗୁନିଆପଡା ର ଜେଇ ଧର୍ମେନ୍ଦ୍ର ବାଡତ୍ଯାଙ୍କୁ ଗଞ୍ଜାମ ଜିଲ୍ଲାପାଳ କୋଦଳା ଏନ୍ଏସି ର ଦାଇତ୍ୱ ଦେଇଥିଲେ ହେଲେ ତାହାର ଫାଇଦା ନେଇ ଏବେ ସେଇ ଚିଠିକୁ ନେଇ ଅଧ୍ୟକ୍ଷ ଓ ଇଓ ଫାଇଦା ଉଠେବାରେ ଲାଗିଛନ୍ତି। ଯାହାର ପରିଣାମ ହେଉଛି ନିମ୍ନ ମାନର କାମ ସହ କମ କାମକରି ଅତ୍ୟଧିକ ବିଲ କରୁଛନ୍ତି ଯାହା ଫଳରେ ମୋଟା ଅଙ୍କର ପିସି କାରବାର ହେଉଥିବା ଚର୍ଚ୍ଚା ଶୁଣିବାକୁ ମିଳେଛି । ବର୍ତ୍ତମାନ କୋଦଳା ଏନ୍ଏସି ର ୧୨ନମ୍ବର ୱାର୍ଡରେ ଡ୍ରେନ କାମରେ ବାଲି,ମେଣ୍ଟାଲ ଓ ଗୁଡ଼ି ଏକ ଫୁଟୁ ପୋତିବାର ଥିବା ବେଳେ ମାତ୍ର ତିନି ଇଞ୍ଚି ପୋତିବା ସହ ୬ ଇଞ୍ଚିରେ ରଡ଼ ବାଇଣ୍ଡିଙ୍ଗ କରିବା ପାଇଁ ଏଷ୍ଟିମେଟରେ ଥିବା ବେଳେ ଦଶ ଇଞ୍ଚିରେ ରଡ଼ ବାଇଣ୍ଡିଙ୍ଗ ହେଉଛି । ସେଇଭଳି ୧୦ନମ୍ବର ୱାର୍ଡର ସବ୍ ଜେଲ ନିକଟରେ ରାସ୍ତା ନିର୍ମାଣ ଚାଲିଛି ତାହା ମଧ୍ୟ ନିମ୍ନ ମାନର କାମ ହେବା ସହ ୧୦ ୱାର୍ଡର ବିଶୋଇ ସାହିରେ ହୋଇ ଥିବା ଡ୍ରେନ କାମ ନିମ୍ନ ମାନର କାମ ସହ କମ କାମ ହୋଇଥିବା ବେଳେ ଏବେ ଅଧିକ ପେମେଣ୍ଟ କରିବା ପାଇଁ ମସୁଦ୍ଧା ଚଳେଇ ଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି । ଯାହାର ଫାଇଦା ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ନେବା ପାଇଁ ଉଦ୍ୟମ କରୁଥିବା ଆଲୋଚନା ହୋଉଛି । କୋଦଳା ଏନ୍ଏସି ରେ ସ୍ଥାୟୀ ଜେଇ ନଥିବାରୁ ଏହି ଦୁଇ ଜଣ ଜେଇ କାମର ତଦାରଖ କରି ପାରୁନାହାଁନ୍ତି ଯାହା ଫଳରେ କଣ୍ଟ୍ରାକ୍ଟର ମାନେ ନିମ୍ନ ମାନର କାମ କରିବା ସହ କିଛି ବିଜେପି କର୍ମୀଙ୍କୁ ଭାଗରେ ରଖି ଏଇ ଭଳି ମନମୁଖୀ କାର୍ଯ୍ୟ କରୁଛନ୍ତି । ଏଇ ଭଳି କୋଦଳା ଏନ୍ଏସି ରେ ଦୁର୍ନୀତି ବଢ଼ିବାରେ ଲାଗିଥିବା ବେଳେ ଜିଲ୍ଲାପାଳ, ପିଡି ଓ ରାଜ୍ୟ ସରକାର କାହିଁକି ନୀରବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.