ଅସାଧୁ ଧାନ ବ୍ୟବସାୟୀଙ୍କ ଉପରେ ଚଢ଼ାଉ ୪୫୧ କ୍ଵିଣ୍ଟାଲ ଧାନ ଜବତ ।

0 225

ମାଲକାନଗିରି,୧୬/୦୨(ପିପିଟି):ଗତ ୧୪ ତାରିଖ ଦିନ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗ, ମାଲକାନାଗିରି ପୋଲିସ୍ ଓ ଅତିରିକ୍ତ ତହସିଲଦାରଙ୍କ ଦ୍ବାରା କାଲିମେଳା ଓ ପଦ୍ମଗିରି ଅଞ୍ଚଳରେ ଅସାଧୁ ଧାନ ବ୍ୟବସାୟୀ ଙ୍କୁ ଧରିବା ପାଇଁ ଏକ ମିଳିତ ଚଢ଼ାଉ କରାଯାଇଥିଲା । ଫଳରେ ଏମଭି-୮୪ ଗ୍ରାମ ର ଦୁଇଜଣ ବ୍ୟକ୍ତି ଯଥା ରଞ୍ଜନ ବିଶ୍ଵାସ ଓ ବନଲାଲ ଦେ ଙ୍କ ଘରେ ଚଢ଼ାଉ କରା ଯାଇ ୪୫୧ କ୍ଵିଣ୍ଟାଲ ଧାନ ଜବତ କରାଯାଇଛି । ଚଢ଼ାଉ ସମୟରେ ରଞ୍ଜନ ବିଶ୍ବାସ ଙ୍କ ଠାରୁ ୨୫୦ କ୍ଵିଣ୍ଟାଲ ଓ ବନଲାଲ ଦେ ଙ୍କ ଠାରୁ ୨୦୧ କ୍ଵିଣ୍ଟାଲ ଧାନ ନିଜ ନିଜ ମଣ୍ଡି ପାଇଁ ଉଦ୍ଦିଷ୍ଟ ଟୋକନ ଠାରୁ ଅଧିକ ଅତିରିକ୍ତ ଧାନ ଠାବ କରାଯାଇଥିଲା, ଯାହାର ସଠିକ କାଗଜ ପତ୍ର ତଦନ୍ତ ସମୟରେ ସେମାନେ ଦେଖାଇ ପାରି ନଥିଲେ । ଫଳରେ ଗଛିତ ରଖାଯାଇଥିବା ଏହି ଅତିରିକ୍ତ ଧାନ ବସ୍ତା ଗୁଡ଼ିକୁ ମାଲକାନଗିରି ଯୋଗାଣ ନିରୀକ୍ଷକଙ୍କ ଦ୍ବାରା ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ୍ ଅନୁଯାୟୀ ଜବତ କରାଯିବା ସହିତ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଠାରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ଚଢାଉ ସମୟରେ ଯୋଗାଣ ନିରୀକ୍ଷକ ଖଇରପୁଟ, ଅତିରିକ୍ତ ଯୋଗାଣ ଅଧିକାରୀ ମାଲକାନାଗିରି ଉପସ୍ଥିତ ଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.