ଅସହାୟ ଶିଶୁକୁ ସାହାଯ୍ୟ କଲା ବି.ଜେ.ପି ।

0 221

ପଦ୍ମପୁର,(ପିପିଟି ନ୍ଯୁଜ୍)୨୯/୦୫,ପଦ୍ମପୁର ସହର ବାସିନ୍ଦା ଗୋବର୍ଦ୍ଧନ ସେଠ । ଲକ୍  ଡାଉନ ସ୍ଥିତିରେ ଦିଗହରା ହୋଇ ପଡିଛି,ହାତ ରେ ଅର୍ଥ ନାହିଁ,କରିବ କଣ ? ପ୍ରଶ୍ନବାଚି ପରେ ପ୍ରଶ୍ନବାଚି ଉଙ୍କି ମାରୁଛି । ୬ ବର୍ଷର ପୁଅକୁ ହେଇଛି ବ୍ରେନ ଟ୍ୟୁମର ।ଜୀବନ ସହ ସଂଗ୍ରାମରତ ଦେବ ମାଁ ଉପମା ସେଠ ରହନ୍ତି ପଦ୍ମପୁର ହନୁମାନ ପଡା ସ୍ଥିତ ୱାର୍ଡ ୩ ରେ ସେ ଯାହାବିହେଉ ଅରକ୍ଷିତଙ୍କୁ ଦଇବ ସାହା ଭଳି ଖବର ପାଇଁ ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ମାର୍ଗଦର୍ଶନରେ ପଦ୍ମପୁର ନଗର ସଭାପତି ସୁନିଲ ଅଗ୍ରୱାଲ,ବରଗଡ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରିତେଶ ବହିଦାର,ଡାକ୍ତର ନାରାୟଣ ପୁରୋହିତ,ସମାଜ ସେବୀ ଅଶୋକ ମିଶ୍ର ,ହରି ସିଂ,ବାବୁଲି  ପଟ୍ଟନାୟକ,ସରୋଜ ମିଶ୍ର ପ୍ରମୁଖ ପିଲାର ବାପା ଗୋବର୍ଦ୍ଧନ ଓ ମା ଉପମା ପାଖରେ ପହଞ୍ଚି ଧର୍ଯ୍ୟ ଧରି ବାକୁ ପରାମର୍ଶ ଦେଇ ଭୂବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ଭୂବନେଶ୍ୱର କାର୍ଯ୍ୟକର୍ତ୍ତା ମାନେ ଆପୋଲୋ ହସ୍ପିଟାଲର କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାପରେ ଗତ ଗୁରୁବାର ଦିନ ପରୀକ୍ଷା ମୂଳକ ଭାବେ ଅସ୍ତ୍ରୋପଚାର କରାଯାଇଛି । ବର୍ତ୍ତମାନ ଶିଶୁ ଦେବ ଆଇସିୟୁରେ ଅଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.