ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ତାରସିଂ ଆଇଆଇସି ।

0 326

ଭଞ୍ଜନଗର, ୧୭/୧୦(ପିପିଟି): ତାରସିଂ ଥାନା ଅନ୍ତର୍ଗତ ଚଣ୍ଡୀ ପାଟଣା ଗ୍ରାମ ନିକଟରେ ରହୁଥିବା ଦିବଗନ୍ତ ମୁରଲୀ ନାଇକ ଜାଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟର ଛେଳି ଚରାଇ ନିଜର ୪ଟି ଝିଅ ଓ ପତ୍ନୀକୁ ନେଇ ଦୁଃଖକଷ୍ଟରେ ପରିବାର ଚଳାଉଥିଲେ। ହେଲେ ହଠାତ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସମୟରେ ସ୍ବାମୀର ମୃତ୍ୟୁ ପରେ ପରିବାରରେ ଥିବା ୪ଟି ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି ପତ୍ନୀ। ମୂରଲୀଙ୍କ ଗୋଟିଏ ଗୋଡ ଭଲ ନଥିବାରୁ ସେ ଚଳପ୍ରଚଳ ହେବାରେ ସମସ୍ୟା ରହିଛି। ଏଭଳି ପରିସ୍ଥିତିରେ ମଧ୍ୟ ପରିବାର ପ୍ରତିେପୋଷଣ ନିମନ୍ତେ ଅନ୍ୟର ଛେଳି ଚରାଇ ଯାହା ରୋଜଗାର କରୁଥିଲେ ସେଥିରେ ପୁରା ପରିବାର ଚଳୁଥିଲା। ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୪ଝିଅଙ୍କୁ ଖାଇବାକୁ ଦୁଇମୁଠା ଦେବା ପାଇଁ ଅସମର୍ଥ ଥିବା ମୃତ ମୁରଲୀର ପତ୍ନୀ ରୀତା ନାଇକ ପ୍ରକାଶ କରିଛନ୍ତି। ତାଙ୍କର ମୃତ୍ୟୁ ପରେ ପରିବାର ଲୋକ ଏକ ପ୍ରକାର ଅସହାୟ ହୋଇ ପଡ଼ିଛନ୍ତି। ୪ ଝିଅକୁ ନେଇ ଭବିଷ୍ୟତରେ କିଭଳି ଆଗକୁ ବଢିବେ ସେହି ଚିନ୍ତାରେ ରହିଥିବା ବେଳେ ସରକାରଙ୍କ ପକ୍ଷରୁ କିଛି ସହାୟତା ପ୍ରଦାନ କରାଯାଇଥିଲା। ହେଲେ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରରୁ ଖବର ପାଇ ସେହି ଅସହାୟ ପରିବାରକୁ ତାରସିଂ ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ, ଇନିସ୍ପେକ୍ଟର ସମୀର ବେହେରା,ଏ ଏସ ଆଇ ରୁଦ୍ର ପ୍ରତାପ ଦେହୁରି ଉକ୍ତ ପରିବାର ପାଖରେ ପହଁଞ୍ଚି ଚାଉଳ, ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, କିଛି ଲୁଗା ଏବଂ ପରିବାପତ୍ର ପ୍ରଦାନ କରିଥିଲେ।ଆଇଆଇସି ପୂର୍ବରୁ ମଧ୍ୟ ବହୁ ଅସହାୟ ମାନଙ୍କୁ ସହାୟତା ପ୍ରଦାନ କରି ବେଶ ପ୍ରଶଂସା ସାଉଁଟିଛନ୍ତି। ଆଗାମୀ ଦିନ ମାନଙ୍କ ରେ ପିଲାମାନଙ୍କୁ ପାଠ୍ୟ ଉପକରଣ ସହ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.