ଅଷ୍ଟମ ବାର୍ଷିକ ଆଞ୍ଚଳିକ ବିଶ୍ଵଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି, ବହୁ ଶ୍ରଦ୍ଧାଳୁଙ୍କ ସମାଗମ।   

0 15

ବୋଲଗଡ଼,୧୮/୩(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ପାଟବନ୍ଧ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ପଶ୍ଚିମେଶ୍ୱର ଦେବଙ୍କ ପୀଠ ରେ ଗତ ୧୫ତାରିଖ ଠାରୁ ଚାଲିଥିବା ଅଷ୍ଟମ ବାର୍ଷିକ ଆଞ୍ଚଳିକ ବିଶ୍ଵଶାନ୍ତି ମହାଯଜ୍ଞ ବୁଧବାର ଅପରାହ୍ନ ରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି। ପୂର୍ଣ୍ଣାହୁତି ସମୟରେ ଯଜ୍ଞପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଚାର୍ଯ୍ୟ ରମେଶ କର ଏବଂ ଭବାନି ଶଙ୍କର ମିଶ୍ରଙ୍କ ପୈାରହିତ୍ଯରେ ଏବଂ କର୍ତ୍ତା ମାନ ଗୋବିନ୍ଦ ରାଉତରାୟ,କର୍ତ୍ତୀ ଚାରୁଲତା ମହାପାତ୍ର ଓ ସମାଜସେବୀ ମନୋଜ କୁମାର ପ୍ରଧାନ ମହାଯଜ୍ଞ ର ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା ଓ ପୁର୍ଣାହୁତି କାର୍ଯ୍ୟ କ୍ରମ ଶାନ୍ତିଶୃଙ୍ଖଳା ସହକାରେ ସମାପନ ହୋଇଥିବା ବେଳେ ଦୂରଦୂରାନ୍ତରରୁ ବହୁ ବିଦ୍ୱାନ ପଣ୍ତିତ ମାନେ ମହାଯଜ୍ଞ ରେ ଯୋଗ ଦେଇଥିଲେ । ମହାଯଜ୍ଞ ନିମନ୍ତେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତ୍ୟହ ଦିନ ଷୋଡଶୋପଚାର , ଘୃତଯଜ୍ଞ , ଅନ୍ନଯଜ୍ଞ , ଜ୍ଞାନଯଜ୍ଞ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଆସୁଥିଲା । ମହାଯଜ୍ଞ ପରିଚାଳନା କମିଟି ସଭାପତି ସୁମନ୍ତ ଛୋଟରାୟ,ସମ୍ପାଦକ ସୁଦର୍ଶନ ଦେବତା, କୋଷାଧ୍ୟକ୍ଷ ଆଦିକନ୍ଦ ରାଉତରାୟ, ବାବା କେଶବାନନ୍ଦ ମହାରାଜାଜି ଏବଂ ସମସ୍ତ ମହାଯଜ୍ଞ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ମହାଯଜ୍ଞ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.