ଦେଓଗାଁ,୦୪/୦୧: ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ଚାନ୍ଦଳୀ ପାହାଡ଼ରେ ଗୁରୁବାର ଦିନ ଆରମ୍ଭ ହୋଇଥିବା ଅଷ୍ଟମ ଚାନ୍ଦଳୀ ପାହାଡ଼ ମହୋତ୍ସବ ଶୁକ୍ରବାର ଥିଲା ଦ୍ବିତୀୟ ସନ୍ଧ୍ୟା । ୨ୟ ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି ଲକ୍ଷ୍ମଣ ମେହେର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ମୁଖ୍ୟତଃ ଅଞ୍ଚଳର ବିକାଶ କରିବାରେ ଭୌଗୋଳିକ ସ୍ଥିତି ଏକ ମୁଖ୍ୟ ଅଂଶ। ପାହାଡ଼ ପର୍ବତ ଘେରା ଦେଓଗାଁ ବ୍ଳକରେ ବିକାଶର ସମ୍ଭାବନା ଯଥେଷ୍ଟ ଅଛି। ଲୋକଙ୍କ ଆଶା ପୂରଣ କରିବା ସହ ପର୍ଯ୍ୟଟନ ସ୍ଥଳକୁ ବିକାଶ କରି ଅର୍ଥନୈତିକ ଅଭିବୃଦ୍ଦି ଅଣାଯାଇପାରିବ ବୋଲି ମତ ରାଖିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ, ଦେଓଗାଁ ବିଡ଼ିଓ ପ୍ରିୟ ରଂଜନ କୁମାର, ୧୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ମମତା କୁମୁରା, ରସରାଜ୍ ଅଚ୍ୟୁତ ପୁରୋହିତ ପ୍ରମୁଖ ଯୋଗଦେଇ ମହୋତ୍ସବର ଆୟୋଜକଙ୍କୁ ପ୍ରଶଂସା କରିବା ସହ ସାଧାରଣ ଲୋକଙ୍କ ଅର୍ଥନୈତିକ ବିକାଶ ପାଇଁ ସରକାରୀ ଯୋଜନାକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବାକୁ କହିଥିଲେ। ଚାନ୍ଦଳୀ ପାହାଡ଼ ସମ୍ମାନରେ ଡ଼. ଲଳିତ ସାହୁ,ଡ. ପବିତ୍ର ଦଣ୍ଡସେନା, ଗୋବର୍ଦ୍ଧନ ରଣା,ମୂରଲୀଧର ରାଉତ, ନୀଳମଣି ପାଣିଗ୍ରାହୀ,ପୂର୍ବତନ ସମିତି ସଭ୍ୟା ଚାକୁମଣି ବରିହା,ରଘୁମଣି ରଣା, ସ୍ବର୍ଗତ ଅଲେଖ ସାଏ, ଛବିଳ ବେହେରା, ରୁପକାନ୍ତି ବାଗ,ହେମକାନ୍ତି ରଣା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ମିତା ପାତ୍ର,ଅଶୋକ ଭୋଇ,ଗୋପାଳ ଚନ୍ଦ୍ର ମିଶ୍ର, ପୂର୍ବ ବ୍ଲକ ଅଧ୍ୟକ୍ଷ ରୀନା ମେହେର,ପୂର୍ବ ଜିଳ୍ଲାପରିଷଦ ସଭ୍ୟ ସୁଶିଲ ଚାନ୍ଦ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ କଂସ ଦରବାର ସହ ଅକୃର ଗମନ ଓ ଦେବର୍ଷି ନାରଦଙ୍କ ପରାମର୍ଶରେ ଧନୁଯାତ୍ରାର ଆୟୋଜନ ନାଟକ ପରିବେଷଣ ହୋଇଥିଲା। ସାସ୍କୃତିକ କାର୍ଯ୍ୟକ୍ରମରେ ବଜାଶାଲ ଅନୁଷ୍ଠାନ ମଲମୁଣ୍ଡା,କୁରେଫୁଲ କଳା ପରିଷଦ ଅତା ବିରା, ମାଁ ସମଲେଶ୍ଵରୀ କଳାପରିଷଦ ସୁନ୍ଦରଗଡ଼ ପରିବେଶଣ କରିଥିଲେ। କଂସ ମହାରାଜ ଭାବେ ଶୁଭଂ ଘିଭେଲା ଅଭିନୟ କରିଥିବା ବେଳେ ମହାମନ୍ତ୍ରୀ ଭାବେ ରୋହିତ ସାହୁ, ସେନାପତି ଅରୁପ,ଚାଣୁର ବନବାସ ଭୋଇ,ମୁଷ୍ଟକ କୃଷ୍ଣ ମେହେର,ଡଗର ଆଶିଷ ବାଗ, ତୃଣାବତ୍ତ ପ୍ରମୁଖ ଅଭିନୟ କରିଥିଲେ।