ଅଷ୍ଟମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ।

0 205

ବେଲଗୁଣ୍ଠା ,୨୮/୦୨(ପିପିଟି):ମୁନିଗାଡ଼ି ପଂଚାୟତ ଉଛବେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅଷ୍ଟମ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ରଂଜିତା ପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମୁନି ଙ୍କ କରକମଳରେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ ହୋଇ ଯାଇ ଅଛି ଏହି ବୈଠକରେ ପ୍ରଧାନଶିକ୍ଷକ ଜୟରାମ ବେହେରା ବାଙ୍ଗରଡ଼ା, ଅଳକା ପଣ୍ଡା ସିଙ୍ଗିପୁର, କେଶରାପଲ୍ଲୀ ରିତା ବେହେରା କେନ୍ଦୁପଦର ରାଜେନ୍ଦ୍ର ପ୍ରଧାନ, ନାହାଡା ବଂଶୀଧର ପରିଡା,ଭଗବାନ ସ୍ୱାଇଁ ଖୁକୁଣ୍ଡିଆ, ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଗୀତାଞ୍ଜଳି ଦାସ, ପୁଷ୍ପାଞ୍ଜଳୀ ବେହେରା,o ସଂଗୀତା ମଞ୍ଜରୀ ଶତପଥୀ, ସୁଜିତା ବିଷୋୟୀ, ମେଘନାଦ ଦଳବେହେରା, ବନ୍ଦନା ମହାରଣା, ପ୍ରିୟଙ୍କା ପଣ୍ଡା, ମମତା ସ୍ୱାଇଁ, ସଂଗୀତା ପ୍ରଧାନ,ପର୍ଶୁରାମ ଖର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଶିକ୍ଷଣୀୟ ଆଲୋଚନାରେ ଭାଗ ନେଇଥିଲେଓ ଅନେକ ସକ୍ରିୟାତ୍ମକ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ!ଆଜିର ଏମ ସି ଏମ ରମୁଖ୍ୟ ବିଷୟ ବସ୍ତୁ ଥିଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ବୋର୍ଡ ପରୀକ୍ଷା ର ନିର୍ଦେଶାବଳି କୁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ କୁ ସଚେତନ କରି ଯେମିତି ଶାନ୍ତିଶୃଙ୍ଖଳା ରେ ପରୀକ୍ଷା କରିବା ନିମନ୍ତେ ଆଲୋଚନା ହେଇଥିଲା!ବିଦ୍ୟାଳୟ ର ଶୈକ୍ଷିକ ଓ ଭୌତିକ ପରିବେଶକୁ ପର୍ଯ୍ୟବେକ୍ଷଣ କରାଯାଇଥିଲା । ରଂଜିତା ପାତ୍ରଙ୍କ ସକ୍ରିୟାତ୍ମକ କାର୍ଯ୍ୟ କବିତାଟି ସମସ୍ତଙ୍କୁ ମନ ଜିଣି ପାରି ସବୁ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ନୃତ୍ୟ ରେ ମଜି ଯାଇଥିଲେ। ଯାଦୁ ପେଡ଼ି ଶିକ୍ଷଣ ସାମଗ୍ରୀକୁ ନେଇ ଚାରୋଟି ଦଳ ଅଂଶ ଗ୍ରହଣ କାରି ଥିଲେ। ଶେଷରେ ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.